ରାସଗୋବିନ୍ଦପୁର ୧୭/୧୨/୨୦୨୦ (ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା)- ଜିଲାର ଉପାନ୍ତ ଅଞ୍ଚଳ ତଥା ଆଦିବାସୀ ବହୁଳ ରାସଗୋବିନ୍ଦପୁର ବ୍ଲକର ଟି ହାଇସ୍କୁଲକୁ ହାଇସ୍କୁଲ ଭାବେ ବିବେଚିତ କରାଯାଇଛି । ଗତ ମାଟ୍ରିକ ପରୀକ୍ଷା ଫଳକୁ ଦୃଷ୍ଟିରେ ରଖ୍ ଏହି ବ୍ଲକର ଖୁଣ୍ଟାପାଳ ପଞ୍ଚାୟତର ପାଳ କଡିହା ହାଇସ୍କୁଲର ପରୀକ୍ଷାଫଳ ଶତପ୍ରତିଶତ ହୋଇଥିବାରୁ ଏହାକୁ ବ୍ଲକର ଶ୍ରେଷ୍ଠ ବିଦ୍ୟାଳୟ, ସାମାଣି ପଞ୍ଚାୟତ ରାସଗୋବିନ୍ଦପୁର ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷାଫଳ ୯୮.୯୧ ହୋଇଥିବାରୁ ଦ୍ବିତୀୟ ଓ ରାଘବପୁର ପଞ୍ଚାୟତର ମାଣିକପୁରସ୍ଥିତ ଚକାଡୋଳ ବିଦ୍ୟାପୀଠର ପରୀକ୍ଷାଫଳ ହାର ୯୮ ୩୬ ହୋଇଥିବାରୁ ତୃତୀୟ ଶ୍ରେଷ୍ଠ ବିଦ୍ୟାଳୟ ଭାବେ ବିବେଚିତ ହୋଇଛି । ସୂଚନାଯୋଗ୍ୟ ଯେ, ପୂର୍ବବର୍ଷମାନଙ୍କରେ ଖୁଣ୍ଟାପାଳ-ଶାଳଡିହା ଉଚ୍ଚ ବିଦ୍ୟାଳୟ ଓ ଚକାଡୋଳା ବିଦ୍ୟାପୀଠ ବ୍ଲକର ଶ୍ରେଷ୍ଠ ବିଦ୍ୟାଳୟମାନ୍ୟତା ପାଇଥିଲା । ଗ୍ରାମାଞ୍ଚଳରେ ଗୁଣାତ୍ମକ ଶିକ୍ଷାପ୍ରଦାନ କରି ବିକାଶ ଧାରାକୁ ତ୍ବରାନିତ କରୁଥିବା ଉପରୋକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ରାସଗୋବିନ୍ଦପୁର ବ୍ଲକର ୩ଟି ହାଇସ୍କୁଲ ଶ୍ରେଷ୍ଠ ବିବେଚିତ
|
December 17, 2020 |