ବାରିପଦା ୨୬/୮/୨୦ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା):- ଶୁଳିଆପଦା ବ୍ଲକ୍ ଅଞ୍ଚଳରେ ପୁଣି ହାତୀ ବୁଲିଛି। ଆଜି ଭୋର ପ୍ରାୟ ୪ଟା ସମୟରେ ଚୁହାଟି ପଞ୍ଚାୟତ ଅଧୀନ କାଠଶିରିଶି ଗାଁରେ ଗୋଟିଏ ଦନ୍ତାହାତୀ ପଶିଥିଲା। ଖବର ପାଇ ଦେଉଳ ରେଞ୍ଜ ଅଧୀନ ବନବିଭାଗ କର୍ମଚାରୀମାନେ ପହି ନଜର ରଖିଥିଲେ। ପରେ ହାତୀଟି ଭୋଳା ଗାଁ ଓ ଶାଳୁଆଡ଼ହର ଗାଁକୁ ଯାଇଥିଲା। ପୁଣି ଶୁଳିଆପଦା- ଦେଉଳି ମୁଖ୍ୟ ରାସ୍ତାରେ ଯାଇ ମଣ୍ଡା ଗାଁରେ ପହଂଚିଥିଲା । ସେଠାରୁ ଫାନିଆଁ ପଞ୍ଚାୟତ ଅଧୀନ ଗଉଡୁଣୀଡୋଭା ଗାଁ ହୋଇ କାଣିମହୁଲିରେ ପହଂଚିବା ସହ ସ୍ଥାନୀୟ କାଳିଆଶାଳ ଜଙ୍ଗଲକୁ ଯାଇଥିଲା। ତେବେ ଖବର ଲେଖା ହେବା ବେଳକୁ ଦନ୍ତାହାତୀଟି ପରେ ବାରିପଦା ଦାରାଘାଡେଇ ଦେଇ କୁଳିଅଣା ଆଡେ ଯାଉଥିବା ର ଜଣାପଡିଛି । ଦେଉଳି ରେଞ୍ଜର ରବିନାରାୟଣ ମହାନ୍ତିଙ୍କ ତତ୍ବାବଧାନରେ ଦେଉଳି ଫରେଷ୍ଟର ହରିହର ମାଥୀ, କଣ୍ଟିସାହି ନରକ୍ଷୀ ବିଜୟ କୁମାର ସେଠୀ ଓ ମଧୁସ୍ମିତା ପ୍ରଧାନ ପ୍ରମୁଖ ଦନ୍ତାହାତୀଟି ଉପରେ ନଜର ରଖିଛନ୍ତି ।
ରାସଗୋବିନ୍ଦପୁର : ଗାଁ ଗାଁ ବୁଲିଲା ଗଜରାଜ
|
August 26, 2020 |