ରାଷ୍ଟ୍ରିୟ ଯୁବ ଦିବସ ପାଳିତ,

Spread the love
କୋରାପୁଟ ୧୨/୧/୨୦୨୧(ସନ୍ଧାନ ନିଉଜ)  ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ,କୋରାପୁଟ ଶାଖା ମାଧ୍ୟମରେ ଜାନୁୟାରୀ ୧୨ ତାରିଖ ସାୟାହ୍ନ ୬.୦୦-୭.୦୦ ମଧ୍ୟରେ ରାଷ୍ଟ୍ରିୟ ଯୁବ ଦିବସ ତଥା ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତି ଗୁଗଲ ମିଟ୍ ଆପ୍ ମାଧ୍ୟମରେ ଅନୁଷ୍ଠିତ ହେଇଜାଇଛି । ପ୍ରାରମ୍ଭରେ ସୁଶ୍ରୀ ଜୟଶ୍ରୀ ତ୍ରିପାଠୀ ଗଣେଶ ଏବଂ ସରସ୍ୱତୀଙ୍କ ବନ୍ଦନା ପରିବେଷଣ କରିଥିବା ସ୍ଥଳେ ଶ୍ରୀ ଚନ୍ଦନ କୁମାର ପାଣିଗ୍ରାହୀ  ବିବେକାନନ୍ଦଙ୍କ  ସ୍ୱଦେଶୀ ମନ୍ତ୍ର ପାଠ କରିଥିଲେ ।ଏଥିରେ ମୁଖ୍ୟ ବକ୍ତାଋପେ ଯୋଗଦାନ କରିଥିଲେ ଉତ୍କଳ ବିଶ୍ୱବିଦ୍ୟାଳୟର ଅର୍ଥନିତି ବିଭାଗର ପ୍ରଫେସର ଡ. ହିମାଂଶୁ ଶେଖର ରାଉତ । ସେ ଯୁବ ଗୋଷ୍ଠିଙ୍କୁ ସ୍ୱାମୀଜିଙ୍କ ଆଦର୍ଶରେ  ଅନୁପ୍ରାଣିତ କରେଇଥିଲେ ।ସଭାଟିରେ ମୁଖ୍ୟ ଅତିଥିଋପେ ଯୋଗଦାନ କରିଥିଲେ ସେମିଳିଗୁଡା ମହାବିଦ୍ୟାଳୟର ରାଜନିତି ବିଜ୍ଞାନ ବିଭାଗର ଅଧ୍ୟାପିକା ଡ. ଝାନସୀ ସିଂହ,ଯେ ନିଜର କାର୍ଯ୍ୟ ମାଧ୍ୟମରେ ଭାରତମାତାର ସେବା କରିବାପାଇଁ ଯୁବ ଗୋଷ୍ଠିଙ୍କୁ ଉଦ୍ ବୁଦ୍ଧ କରେଇଥିଲେ । ନାରୀ ସଶକ୍ତିକରଣ ଏବଂ ଦେଶର ବିକାଶ ଉପରେ ନିଜର ମତ ରଖିଥିଲେ ବର୍ଷିୟାନ ସାହିତ୍ୟିକ ଶ୍ରୀ ଗିରିଧାରୀ ପଣ୍ତା । ଡ. ମିନତି ସାହୁ, ସହାୟକ ପ୍ରାଧ୍ୟାପିକା ଅର୍ଥନିତୀ, କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟ,ଓଡିଶାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଅବିଭକ୍ତ କୋରାପୁଟର ବିଭିନ୍ନ ବ୍ଲକ୍ ଏବଂ ମୁନିସିପାଲିଟି ରୁ ଯୁଗ ଗୋଷ୍ଠିଗଣ ଏଥିରେ ଯୋଗଦାନ କରି ଭାରତ ତଥା ଉତ୍କଳ ଭୂମିର ସେବାର ମହାନ୍ ସଂକଳ୍ପ ନେଇଥିଲେ । ସଭାରେ ସଂଯୋଜନା କରିଥିଲେ କୋରାପୁଟ କେନ୍ଦ୍ରିୟ ବିଶ୍ୱବିଦ୍ୟାଳର ଶୈକ୍ଷିକ ପରାମର୍ଶଦାତା ଶ୍ରୀ ଅରୁଣ କୁମାର ତ୍ରିପାଠୀ । ଶେଷରେ ଶାନ୍ତିପାଠ ଦ୍ୱାରା ଜଗତ କଲ୍ୟାଣ କାମନା କରି ସଭାସାଙ୍ଗ କରାଯାଇଥିଲା ।ପ୍ରତିମାସ ୨୦ ତାରିଖ ସଂଧ୍ୟା ୬-୭ ମଧ୍ୟରେ *ସମୃଦ୍ଧିର ସ୍ୱର* ଶୀର୍ଷକକୁ ନେଇ ବିକାଶ ଆଲୋଚନା କରାଜିବ ବୋଲି ଅନୁଷ୍ଠାନର ରାଜ୍ୟ ସମ୍ପାଦକ ଡ. ଚିତ୍ତରଞ୍ଜନ ନାୟକ ଏକ ପ୍ରେସ୍ ବିବୃତ୍ତିରେ ସୂଚନା ପ୍ରଦାନ କରିଛନ୍ତି ।

Related Posts

About The Author

Add Comment