ରାଶିପତ୍ରା ଗ୍ରାମରୁ ୬ବର୍ଷର ଦିବ୍ୟାଙ୍ଗ ନାବାଳକ ନିଖୋଜ

Spread the love

ସୁନ୍ଦରଗଡ, ୧୩/୬/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) : ତଲସରା ଥାନା ଅନ୍ତର୍ଗତ ସବଡେଗା ବ୍ଲକ ର ରାଶିପତ୍ରା ଗ୍ରାମରୁ ନିଖୋଜ ହେବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ରାଶିପତ୍ରା ଗ୍ରାମର କୌହେତ ହୁସେନଙ୍କ ନାତି ଉଜେଥା ଅଂଶାରୀ (୬ବର୍ଷ ) ଚାଲି ଚାଲି ସବଡେଗା ଅଭିମୁଖେ ଯାଉଥିବାର  ଜଣା ପଡ଼ିଛି  ତେବେ ସେ ସାଧ୍ୟ ସୁଦ୍ଧା ଘରକୁ ନ ଫେରିବାରୁ ତାଙ୍କୁ ବହୁତ ଖୋଜାଖୋଜି କରାଯାଇଥିଲା ।  ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ସେ ଘରକୁ ନ ଫେରିଥିବା ବେଳେ ଘର ଲୋକେ ମାନସିକ ଦୁଶ୍ଚିନ୍ତା ରେ ରହିଥିବା ଜଣାପଡିଛି । ଉଜେଥାଙ୍କ ମାନସିକ ସ୍ଥିତି ଠିକ ନ ଥିବା ବେଳେ ସେ ଠିକ ଭାବରେ କଥାବାର୍ତା କରିପାରନ୍ତି ନାହିଁ । ଯଦି କେହି ସହୃଦୟ ବ୍ୟକ୍ତି  ତାଙ୍କର ଦନ୍ଧନ ପାଆନ୍ତି ତେବେ ତଲସରା ଥାନା କିମ୍ବା ରାଶିପତ୍ରା କମିଟି  ତଥା ମୋବାଇଲ ନମ୍ବର ୯୧୭୮୮୪୭୦୦୨ ଅଥବା ୭୮୯୪୧୮୬୮୦୪ ରେ ଯୋଗାଯୋଗ କରିବାକୁ ଘରଲୋକେ ନିବେଦନ କରିଛନ୍ତି ।

Related Posts

About The Author

Add Comment