ଧର୍ମଶାଳା, ୯/୭ (ସନ୍ଧାନ ନିଉଜ) ରାମକୋ କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି ଦାବିରେ ତହସିଲଦାର ଙ୍କୁ ଦାବିପତ୍ର। ଧର୍ମଶାଳା ତହସିଲ ଅନ୍ତର୍ଗତ ହରିଦାଶପୁର ଓ ଅଭିବ୍ୟକ୍ତ ଥାନୁଆଲ ପଞ୍ଚାୟତ ନିକଟରେ କାର୍ଯରତ Ramco cement କମ୍ପାନୀ ରେ ସ୍ଥାୟୀ ନିଯୁକ୍ତି, ଠିକା ନିଯୁକ୍ତି, ଠିକା କାମ ଓ ପାରିପାର୍ସିକ କାର୍ଯ୍ୟ ରେ ଧର୍ମଶାଳା ର ବେକାର ଯୁବକ ଙ୍କୁ ନଯୁକ୍ତି ପାଇଁ ଆନ୍ଦୋଳନ ଡାକରା ଦେଇଥିବା ଶ୍ରମିକ ଏକତା ମଂଚ ତହସିଲଦାର ଙ୍କୁ ଦାବିପତ୍ର ଦେଇଛି। କମ୍ପାନୀ କତ୍ତୃପକ୍ଷ ବାହାର ରାଜ୍ୟର ଯୁବକ ଓ ଧର୍ମଶାଳା ବାହାରୁ କୁଶଳୀ ଅଣ କୁଶଳୀ ପିଲା ଙ୍କୁ ନିଯୁକ୍ତି ଦେଇ ଜମିହରା ପ୍ରଜା, ଖେତିଗ୍ରସ୍ତ ପ୍ରଜା ଓ ଧର୍ମଶାଳା ବାସୀ ଙ୍କୁ ଠକି ଚାଲିଛି। ଏହାର ପ୍ରତିବାଦ ରେ ଆଜି ଶ୍ରମିକ ଏକତା ମଂଚ ଧର୍ମଶାଳା ର ଉପଦେଷ୍ଟା ସମାଜସେବୀ ଦେଵବ୍ରତ ରାଉତ ଓ ଆବାହକ ଯୁବ ସଂଗଠକ ବଳରାମ ଦାସ ତହସିଲଦାର ଧର୍ମଶାଳା ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଯଥାଶୀଘ୍ର ତହସିଲଦାର ଏହା ଉପରେ ଆଲୋଚନା କରି ଏକ ତ୍ରିପାକ୍ଷିକ ବୈଠକ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କମ୍ପାନୀ, ପ୍ରଶାସନ ଓ ଶ୍ରମିକ ଏକତା ମଂଚ ପ୍ରତିନିଧି ଙ୍କୁ ତହସିଲଦାର ଏକତ୍ର କରି ଆଲୋଚନା ମାଧ୍ୟମରେ ସବୁ କଥା ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଯଦି କମ୍ପାନୀ କତ୍ତୃପକ୍ଷ ଟାଲ ଟୁଲ ନୀତି ଗ୍ରହଣ କରେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଶ୍ରମିକ ଏକତା ମଂଚ ପକ୍ଷ ରୁ ଜଣାଯାଇଛି
ରାମକୋ କମ୍ପାନୀରେ ସ୍ଥାୟୀ ନିଯୁକ୍ତି ଦାବିରେ ତହସିଲଦାରଙ୍କୁ ଦାବିପତ୍ର
|
July 9, 2019 |