ରାବଣ ଭୂମିକାର ନିଖୁଣ ଅଭିନୟରେ ବିତିଗଲା ୪୮ ବର୍ଷ

Spread the love

ସୁନ୍ଦରଗଡ ତା:୧୪/୧୦/୨୦୨୪(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୂର୍ ଗ୍ରାମର ହରିଶଙ୍କର ପଟେଲ ଏକ ଅଞ୍ଚଳର ପରିଚିତ ନାଁ । ପ୍ରତିବର୍ଷ ସାର୍ବଜନୀନ ଦୁର୍ଗା ପୂଜା ଅବସରରେ ନିଜ ଗାଁ ର ରାବଣ ପୋଡ଼ି ଅବସରରେ ରାବଣର ନିଖୁଣ ଅଭିନୟ କରି କିନିନେଇଛନ୍ତି ଅଞ୍ଚଳବାସୀଙ୍କ ମନ । ଗତ ରାବଣ ପୋଡ଼ି ଅବସରରେ ପ୍ରତ୍ୟେକ ଦର୍ଶକଙ୍କ ମନକୁ ଆପଣାଇ ନେବା ସହିତ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାନ୍ତି ପ୍ରତିବର୍ଷ । ଆଜକୁ ୪୮ ବର୍ଷ ଧରି ଏହି ଅଭିନୟ କରି ସେ ନିଜକୁ ଧନ୍ୟମନେ କରିବା ସହିତ ଅଞ୍ଚଳର ଆବାଳବୃଦ୍ଧବନିତାଙ୍କ ଠାରୁ ଆଶୀର୍ବାଦ କାମନା କରିଥିବା ତାଙ୍କ ମତ ଜଣାଇଥିଲେ ।ଅଞ୍ଚଳବାସୀଙ୍କ ପ୍ରେମ ଓ ଭଲପାଇବା ପାଇଁ ଶ୍ରୀଯୁକ୍ତ ହରି ଶଙ୍କର ପଟେଲ ନିଜକୁ ଧନ୍ୟ ମନେ କରୁଥିବା ମତ ବ୍ୟକ୍ତ କରିଥିଲେ । ଏହି ଉତ୍ସବ ର ବିଭିନ୍ନ ଭୂମିକାରେ ସ୍ଵାଗତ ପଟେଲ,ସୁନିଲ ପଟେଲ,ଲିଙ୍ଗରାଜ ସାହୁ, ଚନ୍ଦ୍ରମଣି ସା, ଅଜୟ ଧୃଆ, ଅଭିନୟ କରିଥିଲେ ।

Related Posts

About The Author

Add Comment