ରାଫେଲ୍‍ ଚୁକ୍ତି ଉପରେ ରହିତାଦେଶ : ଆସନ୍ତା ସପ୍ତାହରେ ସୁପ୍ରିମ୍‍କୋର୍ଟରେ ଶୁଣାଣି

Spread the love
  •  
  •  
  •  
  •  
  •  

ନୂଆଦିଲ୍ଲୀ,୫/୦୯ (ସନ୍ଧାନ ନିୟୁଜ) : ଭାରତ ଓ ଫ୍ରାନ୍‍ସ ମଧ୍ୟରେ ରାଫେଲ୍‍ ଲଢ଼ୁଆ ବିମାନ କ୍ରୟ ଚୁକ୍ତିନାମା ଉପରେ ରହିତାଦେଶ ଲୋଡ଼ି ଆଗତ ଜନସ୍ୱାର୍ଥ ମାମଲା ଉପରେ ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମ୍‍କୋର୍ଟ ରାଜି ହୋଇଛନ୍ତି। ପ୍ରଧାନ ବିଚାରପତି ଦୀପକ୍‍ ମିଶ୍ର, ବିଚାରପତି ଏମ.ଏମ୍‍. ଖାନ୍‍ୱିଲ୍‍କର ଏବଂ ବିଚାରପତି ଡକ୍ଟର ଡି.ୱାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଆଇନଜୀବୀ ଏମ୍‍.ଏଲ୍‍. ଶର୍ମାଙ୍କ ପକ୍ଷରୁ ଆଗତ ଏହି ଆବେଦନର ତୁରନ୍ତ ଶୁଣାଣି କରିବା ପାଇଁ ରାଜି ହୋଇଛନ୍ତି। ଫ୍ରାନ୍‍ସରୁ ଏହି ଲଢ଼ୁଆ ବିମାନ କ୍ରୟ ଚୁକ୍ତିରେ ବିସଙ୍ଗତି ଥିବା ଶ୍ରୀ ଦେ ତାଙ୍କ ଆବେଦନରେ ଦର୍ଶାଇଛନ୍ତି।

Related Posts

About The Author

Add Comment