ରାଧାକାନ୍ତ ମେଲଣ ଉଦ୍‌ଯାପିତ

Spread the love

ଯାଜପୁର ସଦର, ୧୪ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ବହୁ ପୁରାତନ ରାଧାକାନ୍ତଙ୍କ ମେଲଣ ଉସ୍ତବ ଅନୁଷ୍ଟିତ କରାଯାଇଥିଲା । ଏହି ଅବସରରେ ଥାନପତି ରାଧାକ୍ନାତ ସୁସୋଜିତ ବିଭାନରେ ମଣ୍ଡିତ କରାଯାଇ ବିରାଟ ପଟୁଆରେ ରୋଷଣି କରି ରାଧାକାନ୍ତ ଗ୍ରାମ ପରିକ୍ରମା କରିବା ସହିତ ମେଲଣ ପଡ଼ିଆକୁ ବିଜେ କରିଥିଲେ । ପ୍ରଭୂ ରାଧାକାନ୍ତ ଭୋଗ ଖାଇ ମଣ୍ଡପ ଉପରେ ବିଜେ କରିବା ସହିତ ଅନ୍ୟ ବିଭାନ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ବନ୍ଧଡିହ ପଂଚାୟତ ମେଲଣ କମିଟି ଆନୁକୁଲ୍ୟରେ ଅନୁଷ୍ଟିତ ହୋଇଥିଲା । ବିରାଟ ପଟୁଆରରେ ବିଭାନ ଗୁଡ଼ିକ ରୋଷଣ ପଡ଼ିଆକୁ ବିଜର କରିବା ସହିତ କିର୍ତ୍ତନ ମଣ୍ଡଳୀଙ୍କ ଦ୍ୱାରା କିର୍ତ୍ତନ ବହୁ ଉଚ୍ଚ କୋଟିର ହୋଇଥିଲା । ଭଜନ ପରିବେଶଣ କରାଯିବା ସହିତ ବିଭାନ ଆଣିଥିବା କମିଟି ଠାକୁର ବାଡ଼ିଆଙ୍କ ମାଧ୍ୟମରେ ୫ଖଣ୍ଡି ବିଭାନ ଯାତ୍ରା ପଡ଼ିଆକରୁ ଅଣାଯାଇଥିଲା । ପ୍ରଥମାଖଣ୍ଡି ବିଭାଗ ଅଳଙ୍କୃତ କରିବା ସହିତ ବୃନ୍ଦାବନ ଜୀଉ ଅଳଙ୍କୃତ କରିଥିଲେ । ସେହିପିର ବେଲଗୁଡ଼ିର ରାଧାକୃଷ୍ଣ ବିଭାନ ମେଲଣ ପଡ଼ିଆରେ ରୋଷଣି କରିବା ସହିତ ବିଜେ କରିଥିଲେ । ଚତରପଦା ଗୋପିନାଥ ଜୀଉ ଆସନ ଅଳଙ୍କୃତ କରି ମଣ୍ଡପ ଉପରେ ବିଜେ କରିଥିଲେ । ଏହି ଅବସରରେ ମେଲଣ ପଡ଼ିଆକରୁ ସରସ ସୁନ୍ଦର କରିବା ପାଇଁ କମିଟି ପକ୍ଷରୁ ସୁସୋଜିତ ଆଲୋକ ମାଳାରେ ମଣ୍ଡନ କରାଯାଇ ପଡ଼ିଆର ସୋଭାକୁ ଦୁଇ ଗୁଣିତ କରାଯାଇଥିଲା । ଛୋଟ ଛୋଟ ପିଲାମାନଙ୍କ ପଇଁ ଦୋଳି ଠାରୁ ଆରମ୍‌ଣ କରି ହଜାର ହଜାର ଦର୍ଶକଙ୍କ ସମାଗମକୁ ଆଖିଆଗରେ ରଖି ପାନୀୟ ଜଳ ଆଲୋକ ସ୍ୱାସ୍ଥ୍ୟ ପରିମଳ ସ୍ୱାସ୍ଥ୍ୟସେବୀ ମାନଙ୍କ ଦ୍ୱାରା ସେବା କାର୍ଯ୍ୟକ୍ରମ କରାଯାଇଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା କରାଯିବା ପାଇଁ ବ୍ରହ୍ମବରଦା ଥାନା ପୋଲିସ ପକ୍ଷରୁ ତକ୍ଷ୍ଣ ନଜର ରଖାଯିବା ସହିତ ଶୃଙ୍ଖଳାର ସହିତ ରାଧାକୃଷ୍ଣ ମେଲଣ ଉତ୍ସବ ଅନୁଷ୍ଟିତ ହୋଇଥିଲା । ବ୍ରହ୍ମରବଦା ଥାନା ଅଧିକାରୀ ଆଇଆଇସି ଏସ୍ ଦାଶରଥି ପାତ୍ର ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ମେଲଣ କମିଟି ପକ୍ଷରୁ ଆସିଥିବା ବରଣି ବିଭାନ ଗୁଡ଼ିକୁ କମିଟି ପକ୍ଷରୁ ବଦା କରାଯାଇଥିଲା । ରାଧାକାନ୍ତଙ୍କ ମନ୍ଦିର ପୂଜକ ବିଷ୍ଣୁ ଚରଣ ଦାଶଙ୍କୁ ତତ୍ୱାବଧାନରେ ରାଧାକାନ୍ତ ମେଲଣ ପଡ଼ିଆକୁ ବିଜେ ହୋଇଥିଲେ । ବନ୍ଧଡିହ ପଂଚାୟତର ସରପଂଚ ବିକ୍ରମ କୁମାର ବେହେରା ପ୍ରଭୂ ରାଧାକାନ୍ତଙ୍କୁ ଦର୍ଶନ କରିବା ସହିତ ଆଶ୍ରୀର୍ବାଦ ଭିକ୍ଷା କରିଥିଲେ ।

Related Posts

About The Author

Add Comment