ସୁନ୍ଦରଗଡ ତା:୭/୧୧/୨୦୨୪(ସନ୍ଧାନ ନ୍ୟୁଜ/ରାଜୁ ପଟେଲ) କରମଡିହି ଛକରୁ ସୀମାନ୍ତ ଅଞ୍ଚଳକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥ ୨୪ରେ କ୍ରମାଗତ ଭାବରେ ଦୁର୍ଘଟଣା ଲାଗୀରହିବା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରୁଛି । କ୍ରମାଗତ ଭାବରେ ଟ୍ରକ୍ ସହିତ ବାଇକ୍ ଦୁର୍ଘଟଣା ଭୟାବହ ରୂପ ନେବା ସହିତ ଜୀବନ ହାନି ହେବା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇବାରେ ଲାଗିଛି । ପରିବହନ ବିଭାଗର ଖାମ ଖିଆଲି ମନୋଭାବ ସହିତ ଅଞ୍ଚଳର ଆରକ୍ଷୀ ବିଭାଗଙ୍କ ଅବହେଳା ଦୁର୍ଘଟଣାରେ ଜୀବନ ଯାଉଥିବାର ମୁଖ୍ୟ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତା ବଢ଼ାଇବାରେ ଲାଗିଛି । ସମୟ ଅନୁଯାୟୀ ଭାରିଯାନ ସହିତ ଦୁଇ ଚକିଆ ଯାନବାହାନର ଯାଞ୍ଚ୍ ନ ହେବା ଅଞ୍ଚଳରେ ମୃତ୍ୟୁର ହାର ବଢ଼ାଉଥିବା ଜନସାଧାରଣ ଅଭିଯୋଗ କରି ଆସୁଥିବା ଜଣାପଡିଛି। ରାଜ୍ୟ ରାଜପଥ ୨୪ରେ ପ୍ରତିଟି ମୂହୁର୍ତ୍ତ ରେ ଆସ ଗାଡ଼ି ସାଙ୍ଗକୁ ୧୬ ରୁ୨୪ଚକିଆ ଯାନ ର କ୍ରମାଗତ ଯିବା ଆସିବା ଦ୍ବାରା ରାସ୍ତା ର ଅବସ୍ଥା ନ କହିବା ଭଲ । ଜିଲ୍ଲା ପ୍ରଶାସନ ବର୍ଷକେ ଦୁଇଥର ଜିଭ ଲଗା ସଲାସୁତୁରା କାମ କରି ଆସୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟତଃ ଏହି ରାଜପଥର ରାସ୍ତା ପ୍ରତ୍ୟେକ ଗ୍ରାମର ମୁଖ୍ୟ ସ୍ଥାନ ମାନଙ୍କରେ ଅଧିକ ଖରାପ ହୋଇପଡିଥିବା କାରଣରୁ ଅଧିକ ଜୀବନ ହାନି ହେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ଦେଖିବାକୁ ବାକି ରହିଲା ଜିଲ୍ଲାପ୍ରଶାସନ, ପରିବହନ ବିଭାଗ ଓ ଅଞ୍ଚଳର ଆରକ୍ଷୀ ବିଭାଗ କେବେ ତତ୍ପରତା ର ସହିତ ଜୀବନ ରକ୍ଷା ପାଇଁ କାର୍ଯାନୁଷ୍ଠାନ ଗ୍ରହଣ କରିବ ।
ରାଜ୍ୟ ରାଜପଥ ୨୪ରେ ଟ୍ରଲର ଗାଡ଼ିର ସୁଅରେ କ୍ରମାଗତ ଦୁର୍ଘଟଣା, ଆରଟିଓ ଓ ପ୍ରଶାସନ ର ଖାମଖିଆଲି ମନୋଭାବ
|
November 7, 2024 |