ରାଜ୍ୟ ରାଜପଥ – ୧୦ ରେ ବୁଲୁଛନ୍ତି ଗଜରାଜ

Spread the love

ସୁନ୍ଦରଗଡ ତା:୨୪/୮/୨୦୨୫( ସନ୍ଧାନ ନ୍ୟୁଜ) ଦିନକୁ ଦିନ ସୁନ୍ଦରଗଡ ଜିଲ୍ଲାରେ ହାତୀର ଆତଙ୍କ ବଢିବାରେ ଲାଗିଛି ।ଚାଷ ସମୟରେ ବିଭିନ୍ନ ଅଞ୍ଚଳରୁ ହାତୀପଲ ଆସି ବିଲର ଫସଲ ଖାଇବା ସହିତ ନଷ୍ଟ କରିବା କ୍ରମାଗତ ଭାବରେ ଶୁଣିବାକୁ ମିଳିଥାଏ । ସୂଚନା ଅନୁସାରେ ବଡ ଗାଁ ବ୍ଲକରେ ଛତିଶଗଡ଼ ଅଞ୍ଚଳରୁ ଏକ ହାତୀପଲ ଆସିଥିବା ବେଳେ ଏମାନେ ଜନବସତି ମୁହାଁ ହେଉଥିବା ସୂଚନା ରହିଛି । ବିଗତ ଏକ ଦିନ ତଳେ ଦାଣ୍ଡ ଜମିରା ରେ ଘର୍ ଭାଙ୍ଗିବା ଉଦ୍ୟମ କରୁଥିବା ସୂଚନା ମିଳିଥିଲା । ତା ସହିତ ବଡ ଗାଁ ବ୍ଲକ ସାହାଜବାହାଲ ପଞ୍ଚାୟତ ର ମଚା ମାରା ଗ୍ରାମର ହାତୀ ଦୁଇ ପରିବାର ଘର୍ ଭାଙ୍ଗିଥିବା ସୂଚନା ରହିଛି ।ବଡ ଗାଁ ବନ୍ୟାଞ୍ଚଳ ରେ ୨୩ ଟିକିଆ ହାତୀପଲ ବୁଲୁଥିବା ବନବିଭାଗ ସୂତ୍ରରୁ ଜଣାପଡିଛି ।ସୂଚନା ଅନୁସାରେ ବନବିଭାଗ ତରଫରୁ ହାତୀ ଘଉଡାଉଥିବା ବେଳେ ଖୁଟମୁଣ୍ଡା ମୁଖ୍ୟ ରାଜରାସ୍ତାକୁ ପାର କରୁଥିବା ଦେଖିବାକୁ ମିଳିଥିଲା । ରାସ୍ତା ପାର ହେବା ସମୟରେ ଅନେକ ଯାନ ବାହାନ ଅଟକି ରହିଥିବା ଦେଖିବାକୁ ମିଳିଥିଲା । ଏହି ଦନ୍ତା ହାତୀ ହାତୀପଲରୁ ବିଛିନ୍ନ ହେବାର ଅନୁମାନ କରାଯାଉଥିଲା ପରେ ଅନେକ ଫସଲ ନଷ୍ଟ କରିଥିବା ବେଳେ ବନ ବିଭାଗ ଦାଣ୍ଡ ଜମିରାରୁ ତୁଡ଼ାଲଗା ଦେଇ ଖୁଟମୁଣ୍ଡା ରାଜରାସ୍ତାକୁ ପାର କରି ଜଙ୍ଗଲକୁ ଘଉଡ଼ାଇ ଥିବା ସୂଚନା ରହିଛି ।

Related Posts

About The Author

Add Comment