ରାଜ୍ୟ ମୁଖ୍ୟ ସଚିବଙ୍କ ହାଇସ୍କୁଲ ରୂପାନ୍ତରିକରଣ ଓ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଏକ ଜିଲ୍ଲା ସ୍ତରୀୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

Spread the love

ସୁନ୍ଦରଗଡ ତା:୧୯/୧୦/୨୦୨୧( ସନ୍ଧାନ ନିଉଜ/ରାଜୁ ପଟେଲ ) ସୁନ୍ଦରଗଡ ଜିଲ୍ଳା ପ୍ରଶାସନ ସରକାରୀ ଯୋଜନାର ପ୍ରଚାର ଓ ପ୍ରସାରରେ ଲାଗିଛି । ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ପବନ କଲ୍ୟାଣ ତାଙ୍କ କାର୍ଯାଳୟ ପରିସରରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ଦ୍ବାରା ହାତକୁ ନିଆଯାଇଥିବା ବିଜୁ ସ୍ୱାସ୍ଥ୍ୟ ଯୋଜନାର ନୂତନ ହେଲଥ କାଡ଼ ଓ ୫ଟି ହାଇସ୍କୁଲର ନୂତନ ରୂପାନ୍ତରିକରଣ ଓ ପୁନଃ ଥଇଥାନ ର ବାର୍ତ୍ତା ନେଇ ଏକ ସ୍ୱତନ୍ତ୍ର ରଥ ମାଧ୍ୟମରେ ଏହାପାଇଁ ଏକ ରଥ ଗଡ଼ିଛି । ଏହି ରଥରେ ଦୃଶ୍ୟସାବ୍ୟ ଯନ୍ତ୍ର ମାଧ୍ୟମରେ ସରକାରୀ ଯୋଜନା ତଥା ସରକାର ନେଉଥିବା ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଅବଗତ କରିବାନେଇ ଏହି କାର୍ଯ୍ୟକ୍ରମ କରାଯିବାକଥା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି
କାର୍ଯ୍ୟକ୍ରମରେ ଦୁଇଟି ରଥ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତକୁ ସଚେତନ କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାଡ଼ ଗରିବ ହିତାଧିକାରୀଙ୍କ ପାଇଁ ଏକ ଐତିହାସିକ ପଦକ୍ଷେପ ହୋଇଥିବା ବେଳେ ତାହା ପରିବାରପାଇଁ ବଡ଼ ରୋଗରେ ଘରୋଇ ହସ୍ପିଟାଲରେ କ୍ୟାସଲେସ ସେବା ସୁବିଧା ନେଇ ଜିଲ୍ଲା ସ୍ୱାସ୍ଥ୍ୟ ମୁଖ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି କାଡ଼ ସରକାରୀ ଡାକ୍ତରଖାନାରେ ଆବଶ୍ୟକ ନାହିଁ ବୋଲି ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଜିଲ୍ଲାର ପ୍ରାୟେକ ହିତାଧିକାରୀ ଏହାର କିପରି ଲାଭ ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ଏହି ସଚେତନତା ରଥ ଆୟୋଜିତ ହୋଇଛି । ତା ସହିତ ବ୍ଲକ ପ୍ରତ୍ୟେକ ସ୍କୁଲର ଉନ୍ନତିକରଣ କରି ଶିକ୍ଷାର ଆବଶ୍ୟକତା କୁ ନେଇ ସୁବିଧା ସହିତ ସମସ୍ତ ଛାତ୍ରଛାତ୍ରୀ ସୁବିଧାପାଇଁ ଏହି ପଦକ୍ଷେପ ନିଆଯାଇଛି ।

Related Posts

About The Author

Add Comment