ରାଜ୍ୟସଭା ପ୍ରାର୍ଥୀ ବିଜେପିକୁ ବିଜେଡ଼ର ସମର୍ଥନ ଓ ଇଲୋକ୍‌ଟୋରାଲ୍ ବଣ୍ଡକୁ ରଦ୍ଦ କରିବା ନିର୍ଦ୍ଦେଶରେ ମୋଦି ସରକାର ଅସଲ ମୁଖା ପଦାରେ ପଡ଼ିଛି ସେହି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ପ୍ରତିବାଦ

Spread the love

ଯାଜପୁର: ୧୬/୦୨ (ସନ୍ଧାନ ନ୍ୟୁଜ): ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ରାଜ୍ୟସଭା ନିର୍ବାଚନରେ ବିଜେପିକୁ ବିଜେଡ଼ିର ସମର୍ଥ, ବିଜେଡ଼ି – ବିଜେପି ଯୁଗଳ ବନ୍ଦୀର ଉଦାହରଣ । ବିଜେଡ଼ି ଦ୍ୱାରା ଓଡ଼ିଆ ଅସ୍ମିତାର ଧ୍ୱଂସ ଏବଂ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଇଲୋକ୍‌ଟୋରାଲ୍ ବଣ୍ଡକୁ ଅସାମ୍ବିଧାନିକ କହି ତୁରନ୍ତ ବନ୍ଦ କିବା ନିର୍ଦ୍ଦେଶରେ ମୋଦି ସରକାରର ଅସଲ ମୁଖା ଖୋଲି ଦେଇଛି । ଏହି ପ୍ରତିବାଦରେ ଆଜି ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ କୁମାର ରାଉତଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ଏକ୍‌ଜୁଟ୍ ହୋଇ ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କଂଗ୍ରେସ କର୍ମୀମାନେ ନରେନ୍ଦ୍ର ମୋଦି ହାୟ ହାୟ…. ବିଜେପି ସରକାର ହାୟ ହାୟ ଓ ବିଜେପି ହଟାଓ ଦେଶ ବଞ୍ଚାଓ ନାରାବାଜି କରିଥିଲେ ଏବଂ ରାଜ୍ୟସଭା ନିର୍ବାଚନ ବିଜେପିକୁ ବିଜେଡ଼ିର ସମର୍ଥନକୁ କଂଗ୍ରେସ କର୍ମୀମାନେ ନିନ୍ଦା କରିଥିଲେ । ଇତି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭିକେ ପାଣ୍ଡିଆନଙ୍କ କୁଶପୁତ୍ତଳିକା କଂଗ୍ରେସ କର୍ମୀମାନେ ଦାହ କରିବା ସଂଗେ ସଂଗେ ନାରାବଜି କରିଥିଲେ । ଏହି କାର୍ଯ୍ୟକ୍ରମରେ କାର୍ଯ୍ୟକାରୀ ସଭାପତି ବିଷ୍ଣୁ ରାଉତ, ଦିଗମ୍ବର କର, ଦେବେନ୍ଦ୍ର ପଣ୍ଡା, ଦୁଯ୍ୟୋଧନ ବେହେରା, ଗଦାଧର ଦାସ, ଭାଷ୍କର ମହାନ୍ତି, ଆଲୋକ ବେହେରା, ପ୍ରତିମା କର, ବିଳାଶ ରାଉତ, ସନ୍ତୋଷ ବେହେରା, ଅନିଲ୍ ମହାନ୍ତି, ସୁଦିପ୍ତ କର, ବିଭୂତି ମହାପାତ୍ର, ଅଞ୍ଚଳ ଦାସ, ସଂଗ୍ରାମ ସାହାଣୀ, କନକଲତା ମଲ୍ଲିକ, କନକ ରାଉତ, ଦିଲ୍ଲୀପ ଦାଶ, ବନିତା ଦାଶ, ବସନ୍ତ ଦାସ, ବିପିନ୍ ଦାସ, ଅମୂଲ୍ୟ ବିଶ୍ୱାଳ, ଅକ୍ଷୟ ଶତପଥୀ, ଅର୍ଣ୍ଣବ ମିଶ୍ର, ଅନିରୁଦ୍ଧ ରାଉତ, ଦିଲ୍ଲିପ ନାୟକ, ଘୃଣ ପାଣିଗ୍ରାହୀ, ସଂଗ୍ରାମ ଜେନା, ରବି ରଣା, ଜଗବନ୍ଧୁ ଜେନା, ମାନସ ପଣ୍ଡା, ଅଶୋକ ଦାସ, ସେକ୍ ସଲିମ୍‌, ଗୋବିନ୍ଦ ସାହୁ, ଅବ୍ଦୁଲ ରୋପ୍‌, ସଂଜୀବ ଦାସ, ବିଦ୍ୟାଧର ବାରିକ, ବିଜୟ ମହାପାତ୍ର, ଅର୍ଜିତ ନାୟକ, ରଘୁନାଥ ସାହୁ, ପରିମଳ ବିଶ୍ୱାଳ, ସେକ୍ ଇସ୍‌ରତ୍‌, ଚିନ୍ତାମଣି ଖାଗେ, ମିହିର ମିଶ୍ର, ସତ୍ୟବ୍ରତ ରାୟ, ସନ୍ତୋଷ ସାହୁ, ଚିନ୍ତାମଣି ଖିଲାର, ଉମାକାନ୍ତ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Related Posts

About The Author

Add Comment