ରାଜ୍ୟର ପ୍ରତ୍ୟେକ ପର୍ଯ୍ୟଟନ ସ୍ଥଳ ,କେବେ ହେବ ବିକାଶ

Spread the love

ସୁନ୍ଦରଗଡ ତା: ୫/୨/୨୦୨୪(ସନ୍ଧାନ ନିଉଜ/ରାଜୁ ପଟେଲ) ଓଡ଼ିଶାରେ ସୁଦୀର୍ଘ ବେଳାଭୂମି, ସୁଉଚ୍ଚ ପାହାଡ଼, ଘଞ୍ଚ ଜଙ୍ଗଲ, ନଦ ନଦୀ, ପ୍ରାକୃତିକ ବିଭବରେ ପରିପୂର୍ଣ୍ଣ ରହିଛି।ଅର୍ଥାତ୍ ଆମ ରାଜ୍ୟରେ ରହିଛି ପର୍ଯ୍ୟଟନ ସ୍ଥଳ ଅନେକ କିନ୍ତୁ ଦୁର୍ଭାଗ୍ୟର କଥା ପର୍ଯ୍ୟଟନ ଉନ୍ନୟନ ମାଧ୍ୟମରେ ଆଞ୍ଚଳିକ ବିକାଶ, ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୃଷ୍ଟିର ଅନେକ ସୁଯୋଗର କୌଣସି ବ୍ୟବହାର କରୁନାହାନ୍ତି ଓଡ଼ିଶା ସରକାର। ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ  ଏ ପ୍ରସଙ୍ଗରେ ଚିନ୍ତାବ୍ୟକ୍ତ କରିଛନ୍ତି। ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ଡ୍ୟାମ ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର, ପାହାଡ଼ ମଝିରେ ବନ୍ଧ ବାନ୍ଧି ସୃଷ୍ଟି ବିସ୍ତୀର୍ଣ୍ଣ ଜଳରାଶି। ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ପିକନିକ୍ ଋତୁରେ ବହୁ ସଂଖ୍ୟାରେ ଲୋକ ଆସନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ପାଇଁ କୌଣସି ମୌଳିକ ସୁବିଧା ନାହିଁ। ପାନୀୟ ଜଳର ବ୍ୟବସ୍ଥା ନାହିଁ, ଶୌଚାଳୟ ତିଆରି ଦିନଠାରୁ ତାଲା ଝୁଲୁଛି। ସୁରକ୍ଷା କି ପାର୍କିଂ ବ୍ୟବସ୍ଥା କିଛି ନାହିଁ। ଓଡ଼ିଶାରେ ରହିଛି ପ୍ରାକୃତିକ ବିଭବରେ ଭରପୁର ଏମିତି ଶହ ଶହ ସ୍ଥାନ ଯାହାର ବିକାଶ ଦିଗରେ ସମ୍ପୂର୍ଣ୍ଣ ଉଦାସୀନ ବିଜେଡି ସରକାର । ଯଦି ସରକାର ଚାହିଁଲେ ତେବେ ଏ ସବୁର ବ୍ୟବହାର କଲେ ହୋଇପାରନ୍ତା ରାଜ୍ୟବାସୀଙ୍କ ବିକାଶ। ରାଜ୍ୟରେ ୨୪ ବର୍ଷ ଧରି ଶାସନ ଗାଦିରେ ବସିଥିବା ସରକାର କେବଳ ମାଟିତଳ ଖଣିଜ ସମ୍ପଦକୁ ନେଇପାଇଁ ମାତିଛନ୍ତି। କିନ୍ତୁ ଖଣି ନ ଥିବା ଦେଶର ବହୁ ରାଜ୍ୟ ପର୍ଯ୍ୟଟନର ବିକାଶ କରି ହୋଇଛନ୍ତି ସମୃଦ୍ଧ। ହିମାଚଳପ୍ରଦେଶ, ଜାମ୍ମୁକାଶ୍ମୀର, ଉତ୍ତରାଖଣ୍ଡ, ଗୋଆ ଭଳି ରାଜ୍ୟର ଅର୍ଥନୀତି ସମ୍ପୂର୍ଣ୍ଣ ରୂପେ ପର୍ଯ୍ୟଟନ ଉପରେ ନିର୍ଭରଶୀଳ। ଗୁଜରାଟ, ମଧ୍ୟପ୍ରଦେଶ ଭଳି ରାଜ୍ୟ ମଧ୍ୟ ପର୍ଯ୍ୟଟନରୁ ଆୟ କରୁଛନ୍ତି ମୋଟା ଅଙ୍କର ରାଜସ୍ବ। କିନ୍ତୁ ଦୁର୍ଭାଗ୍ୟର କଥା ଏ ଦିଗରେ ନାହିଁ ବିଜେଡି ସରକାରଙ୍କ ପ୍ରଚେଷ୍ଟା ଶୂନ୍ୟ। ମୋଦି ସରକାରର ୧୦ ବର୍ଷରେ ସାରା ଦେଶରେ ପର୍ଯ୍ୟଟନର ବିକାଶ ଦିଗରେ ଆର୍ଥିକ ସହାୟତା ଓ ସହଯୋଗ ଦିଆଯାଉଛି। କାର୍ଯ୍ୟକ୍ରମ ମାଧ୍ୟମରେ ଆଞ୍ଚଳିକ ପର୍ଯ୍ୟଟନକୁ ଗୁରୁତ୍ବ ଦେଉଛନ୍ତି ମୋଦି ସରକାର। କିନ୍ତୁ ଏ ସବୁର ଫାଇଦା ନେଇ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାକୁ ତତ୍ପର ନୁହନ୍ତି ଓଡ଼ିଶା ସରକାର। ଏବେ ପ୍ରଶ୍ନ ହେଲା ରାଜ୍ୟରେ ପର୍ଯ୍ୟଟନର ବିକାଶ ନେଇ ପ୍ରଧାନମନ୍ତ୍ରୀଙ୍କ ଚିନ୍ତା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିବ ତ ?

Related Posts

About The Author

Add Comment