ରାଜ୍ୟରେ ସୀମା ଲଙ୍ଘନ କରିଛି ବେଆଇନ୍ ଗୋ-ଚାଲାଣ ! ଦୃଘଟଣାରେ ଯାଉଛି ଅନେକ ଜୀବନ
|
July 22, 2019 |


ଭୁବନେଶ୍ୱର, ୨୨/୭ (ସନ୍ଧାନ ନିୟୁଜ ) ଦ୍ରୁତଗତିରେ କଟକ ଆଡୁ କୋଲକାତା ଅଭିମୁଖେ ଯାଉଥିବା ଆଉ ଗୋଟିଏ ଗୋରୁ ବୋଝେଇ କଣ୍ଟେନର ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ୧୬ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଓ ଜାରକାର ମଧ୍ୟବର୍ତ୍ତୀ ସ୍ଥାନ ରଥିଆ ଛକ ନିକଟରେ ରାସ୍ତା କଡ଼କୁ ଓଲଟି ପଡିବା ଫଳରେ ସେଥିରେ ଥିବା ଅନେକ ଗାଈଙ୍କର ଶୋଚନୀୟ ଭାବେ ମଧ୍ୟ ମୃତ୍ଯୁ ଘଟିଛି ! କିନ୍ତୁ ଏହି ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଏସ୍କର୍ଟସ କରି ଯାଉଥିବା ଲୋକେ ରାତାରାତି ଗାଡ଼ିଟିକୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହେବା ପରେ ସେଠାରୁ ପାର୍ ହୋଇ ଯାଇଥିବା ଖବର ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି ! ଧର୍ମଶାଳା ପୋଲିସ ଏବେ ସହଜ ଭାବେ କେବଳ ଦୁର୍ଘଟଣାର ତଦନ୍ତ କରୁଛି ! ମାତ୍ର ବେଆଇନ୍ ଗୋ-ଚାଲାଣ ଓ ଏହା ପଛରେ ଥିବା ସମ୍ପୃକ୍ତମାନଙ୍କ ଦିଗରେ ତଦନ୍ତ କରିବା ପାଇଁ କାହିଁ ସେତେ ଆଗ୍ରହ ପ୍ରକାଶ କରୁନାହିଁ !