ରାଜ୍ୟରେ ବଢିବାରେ ଲାଗିଛି ସାଇବର ଅପରାଧ

Spread the love

ରାଉରକେଲା, ୧୪/୧/୨୦୨୦ (ସନ୍ଧାନ ନିଉଜ) :କ୍ରେଡିଟ କାର୍ଡରୁ ଟଙ୍କା କଟି ଗଲାଣି ତ ଆଉ କାହାର ଗୁଗୁଲ ପେ’ ଆକାଉଣ୍ଟରୁ ଟଙ୍କା ଗାଏବ। ଏହିଭଳି ଭାବେ ଗତ ୪ ମାସ ମଧ୍ୟରେ ସାରା ରାଜ୍ୟରୁ ପାଖାପାଖି ୧ କୋଟି ଟଙ୍କାରୁ ଅଧିକ ଟଙ୍କା ଲୁଟି ସାରିଲେଣି ସାଇବର ଗ୍ୟାଙ୍ଗ୍। ଗତ ୪ ମାସ ମଧ୍ୟରେ ୧୫୪ ଜଣ ଏଭଳି ଲୁଟର ଶିକାର ହୋଇଛନ୍ତି। ଏ ନେଇ ରାଜ୍ୟର ବିଭିନ୍ନ ଥାନାରେ ଅଭିଯୋଗ ହେଉଥିଲେ ମଧ୍ୟ ରାଜ୍ୟ ବାହାରେ ବସିଥିବା ସାଇବର ଅପରାଧୀଙ୍କ ପାଖରେ ପହଞ୍ଚି ପାରୁନାହିଁ ପୁଲିସ। ଯାହାକୁ ନେଇ ଅଭିଯୋଗକାରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ି ବଢ଼ି ଚାଲିଛି।ଅପରାଧୀମାନେ ବ୍ୟାଙ୍କ, ଏଟିଏମ କାର୍ଡ ଓ କ୍ରେଡିଟ ଠକେଇରେ ଅଧିକ ସଂପୃକ୍ତ ରହୁଛନ୍ତି। ହତ୍ୟା, ଅପହରଣ ଓ ଲୁଟ ବଦଳରେ ଏବେ ସାଇବର ଅପରାଧ ତାର ସ୍ଥାନ ନେଲାଣି। ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ, ବାଲେଶ୍ୱର, ପୁରୀ, ସମ୍ବଲପୁର, କୋରାପୁଟ ଓ ରାଉରକେଲାରେ ଏକାଧିକ ବ୍ୟକ୍ତି ବିଶେଷଙ୍କୁ ଏହି ଅପରାଧୀମାନେ ସେମାନଙ୍କ ଜାଲରେ ପକାଇ ଲୁଟି ସାରିଲେଣି।

Related Posts

About The Author

Add Comment