ରାଜ୍ୟପାଳ ଗଣେଷଲାଲ ଦୁଇଟି ପୁସ୍ତକକୁ ଉନ୍ମୋଚନ କଲେ

Spread the love

ଯାଜପୁର ସଦର, ୦୨ା୦୧: ମହାମହିମ ରାଜ୍ୟପାଳ ଶ୍ରୀଗଣେଷ ଲାଲ ଦୁଇଟି ପୁସ୍ତକକୁ ଉନ୍ମୋଚନ କରିବା ସହିତ ଯାଜପୁର ଜିଲ୍ଲାର ଗର୍ବ ଗୌରବ ଆଣିଦେଇଥିବା ଧର୍ମଶାଳା ବ୍ଲକ ନିକଟସ୍ଥ ଧର୍ମଶାଳା ଅଞ୍ଚଳର ବିଶିଷ୍ଟ ସାହିତ୍ୟିକ ଏବଂ କବି, ଗାଳ୍ପିକ ଡ. ଚିତ୍ତରଂଜନ ମହାନ୍ତିଙ୍କ ଦ୍ୱାରା ଲିଖିତ ପୁସ୍ତକ ଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ହୋଇଥିବା ଏହି କବିତା ପୁସ୍ତକ କୁ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଷ ଲାଲଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ଜଗନ୍ନାଥଙ୍କ ଉପରେ ଆଧାରିତ କବିତା ଭାବ ବିନୋଦିଆ, ଭକ୍ତି ନୈବିଦ୍ୟକୁ ମାନ୍ୟବର ରାଜ୍ୟପାଳ ଉନ୍ମୋଚନ କରିଥିଲେ । ଜଗନ୍ନାଥ ସଂସ୍କୃତିକୁ କବିତା ଜରିଆରେ କିଭଳି ନିଖୁଣ ଭାବରେ ବର୍ଣ୍ଣନା କରାଯାଇଚି ମହାମହିମ ରାଜ୍ୟପାଳ ଗଣେଷ ଲାଲ ଜଗନ୍ନାଥଙ୍କର ଜଣେ ପରମ ଭକ୍ତ ହୋଇଥିବା ବେଳେ, ଜଗନ୍ନାଥ ସଂସ୍କୃତିକୁ ସବୁବେଳେ ନଜର ରଖିଛନ୍ତି । ମହାପ୍ରଭୂଙ୍କ ଅପାର କରୁଣାରୁ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଦୁଇଟି କବିତା ପୁସ୍ତକ ବେଶ ଲୋକପ୍ରିୟ ହୋଇଥିଲା । ଯାହାକି ମାନ୍ୟବର ରାଜ୍ୟପାଳ ଗଣେଷ ଲାଲ ଶ୍ରୀ ମହାନ୍ତିଙ୍କ ଲେଖାକୁ ଉଚ୍ଚ ପ୍ରଶଂସା କରିଥିଲେ । କବି ଡ. ମହାନ୍ତି ତାଙ୍କ କାର୍ଯ୍ୟାଳୟ ପରିଶରରେ ଅନୁଷ୍ଟିତ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ରାଜ୍ୟପାଳଙ୍କ ଲୋକ ସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ଯୁବ ସାମ୍ବାଦିକ ସମାଜ ସେବୀ ସିଦ୍ଧାର୍ଥ ସ୍ୱୟଂଦିପ୍ତ ମହାନ୍ତି, ଅର୍ପିତା ପଟ୍ଟନାୟକ, ଲତିକା ପଟ୍ଟନାୟକ, ଶିଶୁପ୍ରତିଭା ସ୍ମୃତିକାନ୍ତ ମହାନ୍ତିଙ୍କ ସହିତ, ରାଜଭବନର ବିରଷ୍ଠ କର୍ମଚାରୀ ମାନେ ଯୋଗ ଦାନ କରିଥିଲେ । ରାଜ୍ୟପାଳ ୨୦୨୦ରେ ସାହିତକ ଶ୍ରୀ ମହନ୍ତିଙ୍କ ପୁସ୍ତକକୁ ଲୋକାପ୍ରଣ କରିଥିଲେ । ସାହିତ୍ୟିକ ଡ. ଶ୍ରୀ ମହାନ୍ତି ୧୪ ରୁ ଅଧିକ ପୁସ୍ତକକ ରଚନା କରି ପାଠକ ପାଠିକା ମାନଙ୍କ ପାଖରେ ପରିଚିତ ଥିଲେ ।

Related Posts

About The Author

Add Comment