ରାଜେନ୍ଦ୍ରପୁର ପଂଚାୟତରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ, ସରପଂଚ ଛଡେଇ ନେଲେ ବେଆଇନ ବାଲି ବୋଝେଇ ଟ୍ରାକ୍ଟର

Spread the love

ରସୁଲପୁର,୧୧/୦୩,(ସନ୍ଧାନ ନିୟୁଜ) ରସୁଲପୁର ବ୍ଲକ ଅନ୍ତର୍ଗତ ରାଜେନ୍ଦ୍ରପୁର ପଂଚାୟତରେ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢିଯାଇଛି । ଆଜି ରାଜେନ୍ଦ୍ରପୁର ପଂଚାୟତ ସରପଂଚ ସୁଶାନ୍ତ ବେହେରାଙ୍କ ଭାଇଙ୍କ ନାଁରେ ଥିବା ଏକ ଟ୍ରାକ୍ଟରକୁ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ଜବତ କରିଥିଲେ । ତହସିଲଦାର ଉକ୍ତ ଟ୍ରାକ୍ଟରଟିକୁ ତହସିଲକୁ ଆଣିଥିଲେ । କିଛି ସମୟ ପରେ ସରପଂଚ ବେହେରା ତହସିଲ ପରିସରରୁ ଟ୍ରାକଟ୍ରଟକୁ ଛଡାଇ ନେଇ ଚାଲିଯାଇଥିଲେ ।
ଘଟଣାର୍ୁ ପ୍ରକାଶ ଯେ ସରପଂଚ ବେହେରାଙ୍କ ନିଦେ୍ର୍ଦଶରେ ଏକ ବେଆଇନ ବାଲିଘାଟ ଚାଲିଛି । ତହସିଲ ପକ୍ଷରୁ ଏହି ପଂଚାୟତରରେ ଚାଲିଥିବା ରଣେଶ୍ୱରୀ ନିଲାମ ବାଲିଘାଟରୁ ବାଲି ଉଠାଣକୁ ସରପଂଚଙ୍କ ସମର୍ଥକମାନେ ବିରୋଧ କରୁଛନ୍ତି । ଘାଟ ନିଲାମଧାରୀ କୈଳାସ ସାହୁ ଏହାକୁ ବିରୋଧ କରିବାରୁ ଶୁକ୍ରବାର ତା ଉପରକୁ ମରଣାତ୍ମକ ଆକ୍ରମଣ ହୋଇଥିଲା । ଏଥିସହ ଅଭିଯୁକ୍ତମାନେ ନିଲାମଧାରୀଙ୍କ ପରିବାର ଲୋକଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏ ନେଇ ନିଲାମଧାରୀ ସାହୁ କୁଆଖିଆ ଥାନାରେ ଅଭିଯୋଗ କରିଛନ୍ତି । ତତ୍ ସହିତ ଘଟଣା ସଂପର୍କରେ ରସୁଲପୁର ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବାଲି ଉଠାଇବା ପାଇଁ ତହସିଲଦାରଙ୍କ ପକ୍ଷରୁ ସୁରକ୍ଷା ଓ ସହଯୋଗ ଦାବି କରିଥିଲେ । ଆଜି ନିଲାମ ବାଲିଘାଟରୁ ବାଲି ଉଠାଉଥିବା ଟ୍ରାକ୍ଟରଗୁଡିକୁ ସରପଂଚଙ୍କ ସମର୍ଥକମାନେ ଅଟକାଉଥିବା ଖବରପାଇ ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ ୨୦ରୁ ଉର୍ଦ୍ଧ ପୋଲିସ କର୍ମଚାରୀଙ୍କୁ ନେଇ ଘଟଣା ସ୍ଥଳରେ ପହଁଚିଥିଲେ । ଗାଡି ଅଟକାଇଥିବା ବାଲି ମାଫିଆମାନେ ପୋଲିସ ବାହିନୀ ଓ ତହସିଲଦାରଙ୍କୁ ଦେଖି ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ମାତ୍ର ନିକଟରେ ଥିବା ବାଲି ଘାଟରୁ ବାଲି ବୋଝେଇ ହୋଇ ଆସୁଥିବା ଏକ ଟ୍ରାକ୍ଟରକୁ ତହସିଦାର ଜବତ କରି ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ । ଉକ୍ତ ଟ୍ରାକ୍ଟରଟିକୁ ସରପଂଚ ବେହେରା ତହସିଲ ପରିସରରୁ ଜୋରଜବରଦସ୍ତ ନେଇ ପଳାଇ ଯାଇଥିଲେ । ଏହି ସମୟରେ ତହସିଲଦାର କାର୍ଯ୍ୟାଳୟରେ ଅନୁପସ୍ଥିତ ଥିଲେ । ସେ ଏକ ଜରୁରୀ ମିଟିଂରେ ଯୋଗଦେବା ପାଇଁ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତହସିଲରେ ଉପସ୍ଥିତ ଥିବା ଅନ୍ୟ କର୍ମଚାରୀଗଣ ଏହାକୁ ଦେଖୁଥିଲେ ମଧ୍ୟ ପ୍ରତିବାଦ କରିନଥିଲେ । ଏପରିକି ତହସିଲସ ନିକଟରେ କୁଆଖିଆ ଥାନା ରହିଛି । ଏ ନେଇ ପୋଲିସରେ ବି ଖବର ଦେଇନଥିଲେ । ଏ ସବୁ ଘଟଣାକ୍ରମରେ ତହସିଲ କର୍ମଚାରୀଙ୍କ ହାତ ରହିଥିବା ସନେ୍ଦହ କରାଯାଉଛି । ତହସିଲଦାରଙ୍କ ଅନୁପସ୍ଥିତିର ସୁଯୋଗରେ ତହସିଲ କର୍ମଚାରୀମାନେ ସରପଂଚଙ୍କୁ ଭିତିରି ଖବର ଦେଇ ଏଭଳି କରାଇଥାଇ ପାରନ୍ତି ବୋଲି କୁହାଯାଉଛି । ବେଆଇନ ବାଲିଘାଟ ଚଳାଇବା ପାଇଁ ରାଜସ୍ୱ ଅଧିକାରୀଙ୍କ ଠାରୁ ଆରମ୍ଭ କରି ତହସିଲ କର୍ମଚାରୀମାନଙ୍କୁ ମୋଟା ଅଙ୍କର ପାଉଣା ମିଳୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏଠାରେ ସରପଂଚ ବେହେରା ସ୍ପଷ୍ଟ ଦିବାଲୋକରେ ଆଇନକୁ ହାତକୁ ନେଇଛନ୍ତି । ଏ ଦିଗରେ ପୋଲିସ ପ୍ରଶାସନ ଓ ରସୁଲପୁର ତହସିଲଦାର କି ପଦକ୍ଷେପ ନେଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି । ମାତ୍ର ଏ ଦିଗରେ ରସୁଲପୁର ତହସିଲଦାର ଶ୍ରୀ ଭୁଜବଳଙ୍କୁ ପଚାରିବାରୁ ସେ ଦିନତମାମ ବିଭିନ୍ନ ମିଟିଂରେ ବ୍ୟସ୍ତଥିଲେ । ସଂଧ୍ୟାରେ ଆସି କାର୍ଯ୍ୟାଳୟରେ ପହଁଚିଛନ୍ତି । ସରପଂଚ ବେହେରା ଟାକ୍ଟର ଜୋପରଜବରଦସା୍ତ ନେଇ ଯାଇଛନ୍ତି । ସେ କେଉଁ ପରିସ୍ଥିତିରେ ଟ୍ରାକ୍ଟର ନେବାକୁ ସାହାସ କଲେ । ସେ ଦିଗରେ ତର୍ଜମା କରିବା ପରେ କଣ ପଦକ୍ଷେପ ନିଆଯିବ ସେ ନେଇ ନିଷ୍ପତ୍ତି ନେବେ ବୋଲି ପ୍ରକାଶ କରିଛନ୍ତି । ଏ ସଂପର୍କରେ ସରପଂଚଙ୍କ ଫୋନ ବନ୍ଦ ଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

Report- Jagamohan Rout

Share and Subscribe 

Related Posts

About The Author

Add Comment