ରାଜସ୍ବ ଗ୍ରାମ ମାନ୍ୟତା ପରେ ମଧ୍ୟ ୩୫ ବର୍ଷ ରୁ ଊର୍ଦ୍ଧ ହେବ ଦୁଇ ଗ୍ରାମ ମୌଳିକ ସୁବିଧାରୁ ବଂଚିତ

Spread the love

ସୁନ୍ଦରଗଡ ତା:୬/୧/୨୦୨୬ ( ସନ୍ଧାନ  ନ୍ୟୁଜ (ରାଜୁ ପଟେଲ ) ୧୯୮୨ ମସିହାରୁ ୧୯୮୭ ମସିହା ବିଗତ ପାଞ୍ଚ ବର୍ଷ ପରେ ମିଳିଲା ଗାଁ କୁ ରାଜସ୍ବ ମାନ୍ୟତା ।ହେଲେ ସମସ୍ତଙ୍କୁ ମିଳିପାରି ନି ବାସସ୍ଥାନ ପାଇ ପଟା ତା ସହିତ ଜଙ୍ଗଲ ଜମି । ଏମିତି କିଛି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି  ବାଲିସଙ୍କରା ବ୍ଲକ ଅନ୍ତର୍ଗତ ବାଗଲତା  ଓ ଲମଟି ଗ୍ରାମରେ ।କ୍ରମାଗତ ଭାବରେ ବିଗତ ୧୦ ବର୍ଷ ପରେ ୨୦୦୮ ମସିହାରେ ଘରଡିହ ସହିତ ଜମି ପଟା ପାଇଁ ଆବେଦନ କରାଯାଇ ଥିଲା ।  ତାର ତିନିବର୍ଷ ପରେ ୨୦୧୧ ମସିହାରେ ତାହା ଦୁଇ ଗ୍ରାମର କିଛି ଲୋକଙ୍କୁ ଦିଆଯାଇଛି ଯାହା ସମୁଦ୍ର କୁ ସଂଖେ ପାଣି ।ଆଉ ଅନେକ ପରିବାର ବେସାହାରା ଅବସ୍ଥାରେ ରହିଥିବା ଦେଖିବାକୁ ମିଳୁଛି ।ସୂଚନା ଅନୁସାରେ ବାଗଲତା ଗ୍ରାମରେ ପ୍ରାୟ ୬୦ ପରିବାର ରହୁଥିବା ବେଳେ ସେଥିରୁ ଆଠ ପରିବାରଙ୍କୁ ଘର ଡିହ ସହିତ ଜମି ପଟା ମିଳିଥିବା ବେଳେ ଲମଟି ରେ ପ୍ରାୟ ସତୋର ପରିବାର ରହୁଥିବା ବେଳେ ଚାଳିଶ ପରିବାରକୁ ଘରଡିହ ସହିତ ଜମି ପଟା ମିଳିଛି।  ବିଗତ ୧୪ ବର୍ଷ ଧରି ବାକି ରହିଥିବା ପରିବାର ଜିଲ୍ଲା ପ୍ରଶାସନ ସହିତ ତହସିଲ ଙ୍କୁ ଲିଖିତ ଅଭିଯୋଗ ସହ ଅଫିସ ଦୌଡ଼ି ଦୌଡ଼ି ଅଣାୟତ ହୋଇପଡ଼ିଥିବା ଦେଖିବାକୁ ବାକି ରହିଛି ।ଆଜି ର ନୂତନ ସରକାର ପ୍ରତି ଜମିହିନ ସହିତ ବାଶଗୃହ ପାଇଁ ଜମି ଦେବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଗ୍ରାମର ଅସୁବିଧା ଆଉ କେତେ ବର୍ଷ ରେ ଦୁର ହେବ ତାହା ଦେଖିବାକୁ ବାକି ରହିଛି ।

Related Posts

About The Author

Add Comment