ଗଡମଧୁପୁରୁ, ୨୮/୯(ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ୫୩ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ମରଣଯନ୍ତାରେ ପରିଣତ ହୋଇଛି । ପ୍ରତିଦିନ ଏହି ରାଜପଥ ଉପରେ ବହୁ ସଂଖ୍ୟାରେ ଭାରୀଯାନ କଳାପଥର ବୋଝେଇ ଚିପ୍ସ, ବୋଲଡର ଗାଡି ଗୁଡିକର ବେପାରୁଆ ଚାଳାନା ଫଳରେ ଦୃର୍ଘଟଣାରେ ବହୁ ଧନ ଜୀବନ ହାନୀ ହେଉଛି । ଗତକାଲି ଏହି ରାସ୍ତାରେ ଜଣେ ଗରିବ ଲୋକଙ୍କର ଜୀବନ ଯାଉଥିବା ବେଳେ ରାସ୍ତା ରୋକ କରାଯାଇଥିଲା । ଫଳରେ ଆଜି ବଜାର କମିଟି, ବରଡା ଛକ ଆଂଚଳିକ ଯୁବକ ସଂଘ ସକାଳୁ ରାସ୍ତା ରୋକ କରି ପ୍ରଶାସନକୁ ରାସ୍ତା ମରାମତି କରିବା ଏବଂ ଦୃର୍ଘଟଣାର ସ୍ଥାୟୀ ପ୍ରତିକାର କରିବା ପାଇଁ ଦାବି କରିଛନ୍ତି । ଦୀର୍ଘ ଅଧଘଂଟା ଧରି ଜାତୀୟ ରାଜପଥ ଅବରୋଧ କରିବା ପରେ ଅବରୋଧ ହଠାଯାଇଥିଲା । ଶରତ ମଲିକଙ୍କ ନେତୃତ୍ୱରେ ରାସ୍ତାରୋକ କରାଯାଇଥିବା ବେଳେ ନୃସିଂହ ମଲିକ, ବଟକୃଷ୍ଣ ମଲିକ, ଦେବବତ୍ର ସାହୁ, ନୀଳ ସାହୁ, ନିର୍ମଳ ଜେନା, କାବୁ ଜେନାମଣୀ, ସ୍ୱାଧୀନ ବେହରା, ମାନସ ସାହୁ, ସଂଜୟ ସାହୁ, ଦିଜ ସାହୁ, ଗୁନି ବେହେରା, ସଶାକାନ୍ତ ବାରିକ, ଉତ୍ତମ ବେହେରା ପ୍ରମୁଖଙ୍କ ସହିତ ବହୁ ସାଧରଣ ଜନତା ଯୋଗଦେଇ ଏହାର ପ୍ରତିକାର ପାଇଁ ଦାବି କରିଛନ୍ତି ।
Related Posts
ବାତିଲ ହେଲା ଧର୍ମଶାଳା ପଂଚାୟତ ସମିତି ବୈଠକ; ବୈଠକ ସ୍ଥଳକୁ ନେଇ ମୁହାଁମୁହିଁ
ଉତ୍ତର-ପଶ୍ଚିମ ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ଲଘୁଚାପ; ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ କନ୍ଧମାଳ ଗସ୍ତ : ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ମେଡିକାଲ କଲେଜ: କଡା ସୁରକ୍ଷା ବ୍ୟବସ୍ଥା



