ରାଜନୀତିରୁ ଦୂରେଇ ରହିବେ ଶଶୀକଳା

Spread the love

ନୂଆଦିଲ୍ଲୀ ୩/୩ (ସନ୍ଧାନ ନିଉଜ) ରାଜନୀତିରୁ ଦୂରେଇ ରହିବେ ଜୟଲଳିତାଙ୍କ ବାନ୍ଧବୀ ଶଶୀକଳା। ଏ ନେଇ ଏକ ବିବୃତ୍ତି ଜାରୀ କରି ଶଶୀକଳା ଜଣାଇଛନ୍ତି। ପଦ, ଆଖ୍ୟା କିମ୍ବା ଶକ୍ତି ପାଇଁ ମୁଁ କେବେ ଇଚ୍ଛା କରି ନାହିଁ ବୋଲି ଶଶୀକଳା ପ୍ରକାଶ କରିଛନ୍ତି। ଏହା ସହିତ ଜୟଲଳିତାଙ୍କ ସ୍ୱେଚ୍ଛାସେବୀ ଏବଂ ତାମିଲନାଡୁର ଜନତାଙ୍କ ପାଖରେ ମୁଁ ସର୍ବଦା କୃତଜ୍ଞ ରହିବି ବୋଲି କହିଛନ୍ତି ଶଶୀକଳା। ସୂଚନାଯୋଗ୍ୟଯେ, ଏପ୍ରିଲ ୬ ରେ ତାମିଲନାଡୁର ସମସ୍ତ ୨୩୪ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ଆସନ୍ତା ମଇ ୨ ରେ ନିର୍ବାଚନର ଫଳାଫଳ ଆସିବ। ଏହା ପୂର୍ବରୁ ଶଶୀକଳାଙ୍କର ଏହି ନିଷ୍ପତ୍ତି ତାମିଲନାଡ଼ୁ ରାଜନୀତିକୁ ସରଗରମ କରିଛି।

Related Posts

About The Author

Add Comment