ରାଉରକେଲା, ୫/୦୮/୨୦ (ସନ୍ଧାନ ନିଉଜ) : ଆଜି ବୁଧବାର ଉତରପ୍ରଦେଶର ଅଯୋଧ୍ୟା ନଗରୀରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜାର ଶିଳାନ୍ୟାସ ଉତ୍ସବ କୋଭିଡ଼ କଟକଣାରେ କରାଯାଇଥିବା ବେଳେ, ଶ୍ରୀରାମଙ୍କ ଏହି ଉତ୍ସବକୁ ସ୍ୱାଗତ ଜଣାଇ ରାଉରକେଲା ସମେତ ନିକଟବର୍ତି ଅଂଚଳରେ ଶୁଭିଥିଲା ଜୟ ଶ୍ରୀରାମର ଧ୍ୱନୀ । ରାଉରକେଲାରେ ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଶ୍ରୀରାମ ମନ୍ଦିର ଓ ରାମ ମନ୍ଦିରରେ ଆୟୋଜନ କରାଯାଇଥିଲା । ମନ୍ଦିର ଗୁଡ଼ିକରେ ହୋମ ଓ ଦୀପଦାନ କରାଯାଇଥିଲା । ସେହିପରି ସାରନଗରୀରେ ଫଟିଲାଇଜର ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ଦାସଙ୍କ ନେତୃତ୍ୱରେ ସାରନଗରୀ ସୁପର ମାର୍କେଟ ସ୍ଥିତ ରାମ ମନ୍ଦିରରେ ଏକ ହୋମ ପୁଜା ଅନୁଷ୍ଠିତ କରାଯାଇଥିଲା । ଏଥିରେ ବିଜେପି କର୍ମୀ ମାନେ କୋଭିଡ଼-୧୯ ନିୟମ ଅନୁସାରେ ଯୋଗଦେଇ ମନ୍ଦିରରେ ଉପସ୍ଥିତ ହୋଇଥିଲେ । ବହୁ ପ୍ରତିକ୍ଷୀତ ଶ୍ରୀରାମ ମନ୍ଦିର ନିର୍ମାଣରେ ଯେପରି କୌଣସି ବାଧା ବିଘ୍ନ ସୃଷ୍ଟି ନହୁଏ, ସେଥିପ୍ରତି ଯତ୍ନବାନ ହୋଇ ବିଜେପି କର୍ମୀ ମାନେ ହନୁମାନ ମନ୍ଦିରରେ ଦୀପ ଦାନ କରି ପ୍ରାର୍ଥନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ବିଜେପି କର୍ମୀ ମାନେ ଉପସ୍ଥିତ ଥିଲେ ।
ରାଉରକେଲା ହେଲା ରାମମୟ!
|
August 5, 2020 |


