ରାଉରକେଲା, ୨୫/୦୭/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ ଜିଲ୍ଲା ତଥା ରାଉରକେଲା ସହରରେ କରୋନା ସଂକ୍ରମଣ ର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି l ଏହି ସମୟରେ ସରକାର ତଥା ସ୍ଥାନୀୟ ପ୍ରଶାସନ ତରଫରୁ ସଂକ୍ରମଣ କୁ ପ୍ରତିହତ କରିବା ନିମନ୍ତେ କୋଭିଡ କଟକଣା ଜାରି କରାଯାଉଛି ଯାହା ଫଳରେ ଡାକ୍ତରଖାନା କୁ ସ୍ୱାସ୍ଥ୍ୟ ସେବା ନିମନ୍ତେ ଯିବା ସମସ୍ତ ରୋଗୀଙ୍କ ପାଇଁ ସମ୍ଭବପର ହୋଇପାରୁନାହିଁ l ତେଣୁ ଏହି ସମୟରେ ସ୍ୱାସ୍ଥ୍ୟ ସେବା କୁ ଲୋକାଭିମୁଖୀ କରିବା ତଥା ଜନସାଧାରଣ ଙ୍କୁ ସହଜ ଓ ସୁବିଧାରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ ରାଉରକେଲା ସରକାରୀ ଚିକିତ୍ସାଳୟ ରେ ମଧ୍ୟ ଏହି ଟେଲିମେଡିସିନ ସେବା ଆରମ୍ଭ କରିଛନ୍ତି l ଆରଜିଏଚ ନିର୍ଦେଶକ ଡ଼. ନୀଳକଣ୍ଠ ମିଶ୍ର, ଏହାର ଶୁଭାରମ୍ଭ କରିବା ସହ ରୋଗୀ ତଥାଜନସାଧାରଣଙ୍କୁ ଏହି ସେବାର ସୁଯୋଗ ନେବାକୁ ଅନୁରୋଧ କରିଛନ୍ତି l ଜନସାଧାରଣ କିମ୍ବା ରୋଗୀ ନିଜ ଘରୁ ଟେଲିମେଡିସିନ ସେବା ପାଇଁ ମୋବାଇଲ ନଂ 7655051395/7655051396 କୁ ଫୋନ କରି ନିଜ ରୋଗର ବିବରଣୀ କହିଲେ ସେମାନଙ୍କୁ ଔଷଧ ତଥା ରୋଗସମ୍ୱନ୍ଧିୟ ପରାମର୍ଶ ଯୋଗାଇଦିଆଯିବ l ଏହି ସେବା ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ସକାଳ 8 ଘଟିକା ଠାରୁ ସନ୍ଧ୍ୟା 5 ଘଟିକା ପର୍ଯ୍ୟନ୍ତ ଏବଂ ରବିବାର ସକାଳ 8 ଘଟିକା ଠାରୁ ଦିବା 1 ଘଟିକା ପର୍ଯ୍ୟନ୍ତ ଖୋଲା ରହିବ l ଜନସାଧାରଣ ଅଯଥାରେ ଘରୁ ନ ବାହାରି ଏହି ସେବାର ସୁବିଧା ନେଇ ପାରିବେ ବୋଲି ବିଭାଗ ତରଫରୁ ଅନୁରୋଧ କରାଯାଇଛି l
ରାଉରକେଲା ସରକାରୀ ଚିକିତ୍ସାଳୟ ରେ ଟେଲିମେଡିସିନ ସେବା ର ଆରମ୍ଭ –
|
July 25, 2020 |
![ରାଉରକେଲା ସରକାରୀ ଚିକିତ୍ସାଳୟ ରେ ଟେଲିମେଡିସିନ ସେବା ର ଆରମ୍ଭ –](https://sandhannews.com/wp-content/themes/mts_newsonline/images/nothumb-featuredfull.png)