ରାଉରକେଲା: ସବୁଠି ଶୁଭିଲା ଗୁରୁ ବନ୍ଦନାର ସ୍ୱର

Spread the love

ରାଉରକେଲା, ୫/୯ (ସନ୍ଧାନ ନିଉଜ) : ଆଜି ପବିତ୍ର ଗୁରୁ ଦିବସ ରାଉରକେଲାର କୋଣ ଅନୁକୋଣରେ ପାଳିତ ହୋଇଯାଇଛି । ସହରର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଏହି ପବିତ୍ର ଦିବସ ପାଳନ ହୋଇଥିଲା । ସେକ୍ଟର-୯ ସ୍ଥିତ ଏସଓଏସ ଭିଲେଜରେ ବାସ କରୁଥିବା ଅନାଥ ଶିଶୁ ମାନେ ଗୁରୁଦିବସରେ ନିଜକୁ ସାମିଲ କରିଥିଲେ । ସେକ୍ଟର- ୧୮ଠାରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ, ରାଉରକେଲା ବିଧାୟକ ସାରଦା ନାୟକ, ନୂଆଗାଁ ବିିଇଓ ସ୍ମସିତା ବେହେରା, ଡକ୍ଟର ସୁଦର୍ଶନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ଗୁରୁ ଦିବସ ପାଳନ କରିଥିଲେ । ସେହିପରି ବରିଷ୍ଠ କଂଗ୍ରେସ ନେତା ଜର୍ଜ ତିର୍କୀ ପବିତ୍ର ଗୁରୁ ଦିବସ ସମାରୋହ ସେକ୍ଟର-୮ ଠାରେ ପାଳନ କରିଥିଲେ । ସମସ୍ତ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନେ ଫୁଲ, ଚନ୍ଦନ ଓ ଧୂପ ଦେଇ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କୁ ପୂଜା କରିବା ଦେଖିବାକୁ ମିଳିଥିଲା । ସହରର ଉଦିତନଗର, ବାସନ୍ତୀନଗର, ପାନପୋଷ, ନୟାବଜାର, ସାରନଗରୀରେ ଗୁରୁ ଦିବସ ପାଳନ କରାଯାଇଥିଲା । ।

Related Posts

About The Author

Add Comment