ରାଉରକେଲା, ୧୩/୦୩ (ସନ୍ଧାନ ନିୟୁଜ) : ରାଉରକେଲା ରାଜରାସ୍ତା ହୋଇ ପଡ଼ିଛି ବିପଦଜନ୍ନକ । ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଯଦିଓ ସ୍ଥିତିରେ ସାମାନ୍ୟ ସୁଧାର ଆସିଛି, ତଥାପି ନାବାଳକ ଓ ନାବାଳିକା ବାଇକ ଚାଳକ ମାନେ ଟ୍ରାଫିକ ନିୟମ ମାନିବାକୁ ସତେ ଯେମିତି ମୁହଁ ମୋଡ଼ି ଦେଇଛନ୍ତି । ରାତି ପାହି ସକାଳ ହେଲେ ରାଜରାସ୍ତାରେ ଚାଲୁଛି ବିପଦଜ୍ଜନକ ଷ୍ଟଂଟ । ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ରାସ୍ତାରେ ଯାତାୟତ କରୁଥିବା ଆରୋହୀ । ବୟସ୍କ ବ୍ୟକ୍ତି ମାନେ ବହୁଳ ମାତ୍ରାରେ ଏହାଦ୍ୱାରା ପ୍ରଭାବିତ ହେଉଥିବା ଖବର ମିଳିଛି ।
ବିଶେଷ କରି ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀ ମାନେ ନିଜ ଭିତରେ ପ୍ରତିଯୋଗିତାମୂଳକ ମନୋଭାବ ରଖି ଖୁବ ଜୋରରେ ଗାଡ଼ି ଚାଳନା କରୁଛନ୍ତି । ପ୍ରାୟ ୨ରୁ ୩ ମାସ ହେବ ଛାତ୍ରଛାତ୍ରୀଙ୍କୁ ପୁଲିସ ଚେକ କରୁନଥିବାରୁ ରାଉରକେଲାର ରାଜରାସ୍ତା ବିପଦଜ୍ଜନକ ହୋଇପଡ଼ିଛି କହିଲେ ବୋଧେ ଭୁଲ ହେବ ନାହିଁ ।