ରାଉରକେଲା ୧୯/୦୭ (ସନ୍ଧାନ ନିଉଜ): ଆଜି ରବିବାର ରାଉରକେଲା ସମେତ ସାରନଗରୀରେ ଲକ୍ ଡାଉନ ଦେଖିବାକୁ ମିଳିଥିଲା । ସକାଳ ୬ଟାରୁ ଦିନ ଗୋଟାଏ ଯାଏ ଦକ୍ଷିଣ ରାଉରକେଲାରେ ପରିବା ବଜାର, ଅଣ୍ଡା, ମାଛ, ମାଂସ ଓ ଦୁଗ୍ଧ ଓ ରାସନ ଦୋକାନ ଖୋଲିଥିଲେ ହେଁ, କିଛି ଅଂଚଳରେ ରାସନ ଦୋକାନ ଦିବା ୨ଟା ଯାଏ ଖୋଲା ରହିଥିଲା । ପୁଲିସ ଦୋକାନୀ ମାନଙ୍କୁ ତାଗିଦ କଲାପରେ ଦୋକାନୀ ମାନେ ନିଜ ନିଜର ଦୋକାନ ବନ୍ଦ କରିଥିଲେ । ସେହିପରି ସାରନଗରୀର କିଛି ଅମାନିଆ ଯୁବପିଢୀ ସାରନଗରୀର ରାଜରାସ୍ତାରେ ନଯାଇ ଗଳିକନ୍ଦିରେ ବାଇକ ଧରି ଘୁରି ବୁଲିଥିଲେ । ସାରନଗରୀର ପ୍ରମୁଖ ଛକରେ ଶକ୍ତ ପୁଲିସ ପହରା ଦିଆଯାଇଥିଲା । ଅପରପକ୍ଷରେ ସାରନଗରୀର ଅନ୍ୟାନ ଦୋକାନ ବନ୍ଦ ରହିଥିଲା । ଗତକାଲି ରାତି ୯ଟାରୁ ଲକ ଡାଉନ ଘୋଷଣା ପରେ ଟାଙ୍ଗରପାଲୀ ପୁଲିସ ସମେତ ଆଇଡ଼ିଏଲ ଫାଣ୍ଡି ଓ ଜଲଦା ଫାଣ୍ଡି ପକ୍ଷରୁ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇ ଅମାନିଆ ମାନଙ୍କୁ ସାବାଡ଼ କରାଯାଇଥିଲା । ସାରନଗରୀ ରାଜ ରାସ୍ତାରେ ଯାତାୟତ କରୁଥିବା ପଥଚାରୀ,ବାଇକଧାରୀ ଓ ସାଇକେଲ ଆରୋହୀଙ୍କୁ ପୁଲିସ ମାସ୍କ ପରିଧାନ କରିବାକୁ ଅପିଲ କରିଥିଲା ।
ରାଉରକେଲା ରହିଲା ଲକ୍ ଡାଉନ
|
July 19, 2020 |