ରାଉରକେଲା, ୨୫/୧୧ (ସନ୍ଧାନ ନିୟୁଜ): ଓଡିଶା ଅଭିଭାବକ ମହାସଂଘ ସୁନ୍ଦରଗଡ ଜ଼ିଲ୍ଲାର ଆବାହକ ଅମୀୟ କୁମାର ମଲିକଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଉରକେଲା ବିଧାୟକ ତଥାସୁନ୍ଦରଗଡ ଜ଼ିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ସାରଦା ପ୍ରସାଦ ନାୟକଙ୍କୁ ସାକ୍ଷାତ କରି ରାଉରକେଲା ସହରରେ ଚାଲୁଥିବା ଶତାଧିକ ବେସରକାରୀ ବିଦ୍ୟାଳୟ ବିଷୟରେ ଆଲୋଚନା କରିଥିଲେ ଏଥିରେ ମୁଖ୍ୟତଃ ଓଡିଶା ଉଚ୍ଚ ନ୍ୟାୟାଳୟର ଆଦେଶ ଅନୁସାରେ ବିଦ୍ୟାଳୟ ଗୁଡିକରେ ଏନ ସି ଆର ଟି ବହି ଆଗାମୀ ଶିକ୍ଷା ବର୍ଷରେ ଲାଗୁକରିବା , ପ୍ରତି ବିଦ୍ୟାଳୟରେ ବସ୍ତାନୀର ଓ଼ଜ଼ନ ବୃଦ୍ଧିକୁ ନେଇ କଡାକଡି ପଦକ୍ଷେପ ନେବା , ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପ୍ରତି ବିଦ୍ୟାଳୟରେ ପିଟିଏ ଗଠନ କରିବା ବିଷୟରେ ଆଲୋଚନା କରାଯାଇଥିଲା ବିଶେଷକରି ସାରନଗରୀରେ ଥିବା ଏକ ଘ ରାଇ ବିଦ୍ୟାଳୟରେ ମନୋମୁଖୀ କାର୍ଯ୍ୟକଳାପ ଉପରେ ବିଶଦ ଭାବରେ ଚର୍ଚା ହୋଇଥିଲା ଏହା ବ୍ୟତି ତ ଆରଆଇଟି କୁଲୁଙ୍ଗାରେ ବିଗତ ଦିନରେ ଘଟି ଯାଇଥିବା ଘଟଣା ଯୋଗୁ ସେଠାରେ ଅଧୟନ କରୁଥିବା ଛାତ୍ର ଛାତ୍ରି ମାନେ ଯଉ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ଉପରେ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବା ଦରକାର ବୋଲି ପ୍ରସ୍ତାବ ରଖାଯାଇଥିଲା ଏହି ସବୁକୁ ରାଉରକେଲା ବିଧାୟକ ଗୁରୁତର ସହିତ ଗ୍ରହଣ କରିବା ସହିତ ଏହାକୁ ନେଇ ପ୍ରଶାସନିକ ଅଧିକାରିଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୁତି ଦେଇଥିଲେ ଏହି ସାକ୍ଷାତକାରରେ ସୁନ୍ଦରଗଡ ଜ଼ିଲ୍ଲାର ସହ ଆବାହକ ରାଜେନ୍ଦ୍ର ସାହୁ, ବିଚିତ୍ର ଦାଶ, ପ୍ରଭାତ ବାରିକ , ସଶାଙ୍କ ପ୍ରଧାନ, ଅଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ
ରାଉରକେଲା ବିଧାୟକଙ୍କୁ ଭେଟିଲେ ଓଡିଶା ଅଭିଭାବକ ମହାସଂଘର ଆବାହକ
|
November 25, 2019 |