ରାଉରକେଲା : ବସ୍ତି ଅଂଚଳରେ ଯୁବକଙ୍କ ନିଆରା ସଚେତନତା

Spread the love

ରାଉରକେଲା,୩୧/୦୩ (ସନ୍ଧାନ ନିୟୁଜ) :  ରାଉରକେଲାରେ ଥିବା 50ରୁ ଉର୍ଦ୍ଧ ବସ୍ତି ଅଂଚଳରେ କରୋନା ଭାଇରସ ବିରୁଦ୍ଧରେ ଅଂଟା ଭିଡ଼ିଛନ୍ତି ବସ୍ତି ବାସିନ୍ଦା । ସାରନଗରୀର ଲେଙ୍ଗଡ଼ାବାସା, କଇଁଥାବାସା ସମେତ ହାଟିଙ୍ଗଟୋଲା, ମୁଣ୍ଡା ଓ ଟାଙ୍ଗରପାଲ୍ଲୀ ବସ୍ତିରେ କରୋନା ସଚେତନତା ଓ ସତର୍କତାର ବାସ୍ତବଚିତ୍ର ଦେଖିବାକୁ ମିଳିଛି । ବସ୍ତିରେ ବାସ କରୁଥିବା ଯୁବକ ମାନେ ଏକତ୍ରିତ ହୋଇ ନିଆରା ସଚେତନତା କରିଛନ୍ତି । ବସ୍ତିରେ ରହୁଥିବା ଲୋକଙ୍କୁ ସାବୁନରେ ହାତ ଧୋଇବାକୁ ନିବେଦନ କରୁଛନ୍ତି । ସାରନଗରୀ କନଷ୍ଟ୍ରକସନ କଲୋନୀ ନିକଟ ଲେଙ୍ଗଡ଼ାବାସା ବସ୍ତିର ପ୍ରବେଶ ଦ୍ୱାରକୁ ବାଉଁଶବାଡ଼ା ଦେଇ ଲକଡାଉନ କରିଛନ୍ତି ବସ୍ତିର କିଛି ସଚେତନ ଯୁବକ । କୌଣସି ବାହାର ଲୋକଙ୍କୁ ବସ୍ତି ଭିତରକୁ ଛଡ଼ା ଯାଉ ନଥିବା ଦେଖିବାକୁ ମିଳିଛି । ପୁଲିସ ପିସିଆର ଭ୍ୟାନ ବସ୍ତି ଅଂଚଳରେ ପ୍ରବେଶ କଲେ ପୁଲିସକୁ ମଧ୍ୟ ବସ୍ତିବାସୀ ସହଯୋଗର ହାତ ବଢାଉଛନ୍ତି । ଆଜି ଲକ ଡାଉନର ୫ ଦିନରେ ଦକ୍ଷିଣ ରାଉରକେଲା ଓ ସାରନଗରୀ ଅଂଚଳରେ ଥିବା ବସ୍ତି ଗୁଡ଼ିକରେ ବସ୍ତିବାସିନ୍ଦା ନିଜେ ଗୃହବନ୍ଦୀ ହୋଇ ରହିଥିବା ବେଳେ, ଆବଶ୍ୟକ ସ୍ଥଳେ ଜରୁରୀ କାମରେ ବାହାରକୁ ବାହାରୁଥିବା ଜଣାପଡ଼ିଛି ।

Related Posts

About The Author

Add Comment