ରାଉରକେଲା: ବର୍ଷାରେ ବସ୍ତିବାସୀ ଜଳବନ୍ଦୀ!

Spread the love

ରାଉରକେଲା, ୧୫/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଗତକାଲି ଠାରୁ ଲଘୁଚାପ ବର୍ଷା ଆରମ୍ଭ ହୋଇଥିବା ବେଳେ, ଆଜି ମଧ୍ୟ ସହରରେ କିଛି ବସ୍ତି ଅଂଚଳରେ ବସବାସ କରୁଥିବା ବାସିନ୍ଦା ମାନେ ଜଳବନ୍ଦୀ ହୋଇ ରହିଛନ୍ତି । ସହରର ନୟାବଜାର ନିକଟ ଉତମବସ୍ତି, ଟିମ୍ବର କଲୋନୀ, ହରିପୁର ବସ୍ତି, ହାଟିଙ୍ଗଟୋଲା ଓ ଅନ୍ୟ ବସ୍ତି ଗୁଡ଼ିକରେ ବର୍ଷା ଜଳ ପଶିଯିବାରୁ ଲୋକମାନେ ଅକଥନୀୟ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । ବହୁ ବସ୍ତିରେ ରାସ୍ତାର ଅବସ୍ଥାର ମଧ୍ୟ ଶୋଚନୀୟ ହୋଇ ପଡ଼ିଛି । କେତେକ ଯାଗାରେ ବିଦୁ୍ୟସେବା ବ୍ୟାହତ ହୋଇଥିବା ଖବର ମିଳିଛି । ରାଉରକେଲା ମହାନଗର ନିମଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆ ନଯିବା କାରଣରୁ ବସ୍ତି ବାସିନ୍ଦା ମାନେ ଅକଥନୀୟ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । ବର୍ଷା ଯୋଗୁ ବସ୍ତି ଅଂଚଳରେ ବସବାସ କରୁଥିବା ଶ୍ରମିକ ଶ୍ରେଣୀର ବ୍ୟକ୍ତି ମାନେ କାମଧନ୍ଦା ନପାଇ ହାତବାନ୍ଧି ବସିଛନ୍ତି ।ଗତ ଦୁଇ ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ଦକ୍ଷିଣ ରାଉରକେଲାର ବିଭିନ୍ନ ବସ୍ତିରେ ବାସ କରୁଥିବା ବସ୍ତି ବାସିନ୍ଦା ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ଗତକାଲି ରାତିରେ ବର୍ଷା ଯୋଗୁଁ ସାରନଗରୀସ୍ଥିତ ଲେଙ୍ଗଡ଼ାବସା,କଇଁଥାବସା,ହାଟିଙ୍ଗଟୋଲା,ଟାଙ୍ଗରପାଲୀ,ମୁଣ୍ଡାବସ୍ତୀ,ଡ଼ାବରବସ୍ତୀ,ଜଲଦା ଅଂଚଳରେ ଥିବା କିଛି ବସ୍ତିରେ ପାଣି ଜମି ରହିବା କାରଣରୁ ଯାତାୟତରେ ବାଧା ଉପୁଜୁଥିବା ଖବର ମିଳିଛି । ବର୍ଷା ପାଣି କେତେକଙ୍କ ଘରେ ପଶି ଯିବାରୁ ଘରେ ଥିବା ଆସବାପତ୍ର ପ୍ରଭାବିତ ହୋଇଥିବାର ସୂଚନା ମିଳିଛି ।ି ଅତ୍ୟଧିକ ବର୍ଷା ହେବା କାରଣରୁ ଶାନ୍ତିନଗରରୁ ହାଟିଙ୍ଗଟୋଲା ରାସ୍ତାଟି କାଦୁଅପୂର୍ଣ୍ଣ ହୋଇଯିବା କାରଣରୁ ଯିବା ଆସିବାରେ ବାଧା ସୃଷ୍ଟି ହୋଇଛି । ବର୍ଷା ଫଳରେ ବିଭିନ୍ନ ବସ୍ତିରେ ବର୍ଷାଜଳ ଜମି ରହି ଏକ ପ୍ରକାରର ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ବର୍ଷା ଫଳରେ ବିଭିନ୍ନ ବସ୍ତିରେ ବର୍ଷାଜଳ ଜମି ରହି ଏକ ପ୍ରକାର ପୂର୍ତିଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ ମଶା ମାଛିଙ୍କ ବଂଶ ବୃଦ୍ଧି କରିବାରେ ସହାୟକ ହୋଇଛି । ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।

Related Posts

About The Author

Add Comment