ରାଉରକେଲା ପରିବହନ କର୍ମଚାରୀ ସଂଘର ପ୍ରତିବାଦ

Spread the love
ରାଉରକେଲା, ୦୧/୦୭/୨୦ (ସନ୍ଧାନ ନିଉଜ) : ସର୍ବଭାରତୀୟ ପରିବହନ କର୍ମଚାରୀ ସଂଘର ଆହ୍ବାନ କ୍ରମେ ସୋମବାର ରାଜ୍ୟବ୍ୟାପୀ ପ୍ରତିବାଦ ସଭା କରାଯାଇଛି । ରାଉରକେଲା ମିନିବସ ଆସୋସିଏସନ ତଥା ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘର କର୍ମକର୍ତା ମାନେ ଏକତ୍ରିତ ହୋଇ ଧାରଣା ଦେଇ ନିଜର ଦାବି ଉପସ୍ଥାପନା କରିଛନ୍ତି । ଲକଡାଉନ ସମୟରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପରିବହନ କର୍ମଚାରୀ । ସାଧାରଣ ପରିବହନ ସେବାରେ ସେମାନେ କୋରୋନା ପ୍ରଭାବିତ ହେବାର ଆଶଙ୍କା ରହିଛି । ସରକାର ପରିବହନ କର୍ମଚାରୀ ମାନଙ୍କୁ ପ୍ରତି ମାସରେ 7500 ସହ ଆଗାମୀ 6 ମାସ ପର୍ଯ୍ୟନ୍ତ ଆର୍ଥିକ ସହାୟତା, 10 କେଜି ରାସନ ଓ 50 ଲକ୍ଷ ଟଙ୍କାର ଜୀବନବୀମା ସୁବିଧା ପ୍ରଦାନ କରିବା ଦାବି କରିଛନ୍ତି ।ସାରା ଦେଶରେ ପେଟ୍ରୋଲ ଡ଼ିଜେଲ ଦର ହ୍ରାସ କରିବା ପାଇଁ ନୂଆ ବସଷ୍ଟାଣ୍ଡରେ ଏକ ସଭାର ଆୟୋଜନ କରାଯାଇଥିଲା । ବହୁତ ସମୟ ଧରି ନିଜ ଦାବିକୁ ସେମାନେ ସ୍ଲୋଗାନ ଦେବା ସହ ସରକାରଙ୍କୁ ଚେତାଇ ଦେଇଛନ୍ତି । ସରାକାର ଯଦି ଦାବି ପୂରଣ ନକରନ୍ତି ଆଗାମୀ ଦିନରେ ଜୋରୋଦାର ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।

Related Posts

About The Author

Add Comment