ରାଉରକେଲା,୧୪/୦୪ (ସନ୍ଧାନ ନିୟୁଜ) : ଦିନିକିଆ ରାଉରକେଲା ଗସ୍ତ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ଅଭୟ । ହେଲିକେପ୍ଟର ଯୋଗେ ଦିନ 11 ଟାରେ ପହଁଚିବା ପରେ ସହରର ବିଭିନ୍ନ ଲକ ଡାଉନ ଅଞ୍ଚଳକୁ ପରିଦର୍ଶନ କରିଥିଲେ । ପରେ ସର୍ଟ ଡାଉନ ହୋଇଥିବା ବିଶ୍ରା ଅଞ୍ଚଳକୁ ମଧ୍ୟ ପରିଦର୍ଶନ କରିଥିଲେ ଡିଜିପି । 2 ପଜେଟିଭ ଚିହ୍ନଟ ହେବା ପରେ, ବିଶ୍ରା ଅଞ୍ଚଳକୁ ସିଲ କରାଯାଇଛି । ତେବେ କଣ୍ଟେନମେଣ୍ଟ ଜୋନର ମଧ୍ୟ ଡିଜିପି ସ୍ଥିତି ପରଖିଛନ୍ତି । ଡିଜିପିଙ୍କ ଗସ୍ତରେ ରାଉରକେଲା ଏସପି, ଡିଆଇଜି କବିତା ଜଲାନଙ୍କ ସହ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ରାଉରକେଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ଅଭୟ
|
April 14, 2020 |
