ରାଉରକେଲା, ୧୬/୧୦ (ସନ୍ଧାନ ନିଉଜ) : ଲକ୍ଷ୍ମୀ ପୂଜାକୁ ନେଇ ଚଳଚଚଂଳ ହୋଇ ଉଠିଛି ରାଉରକେଲା । ସାରନଗରୀ ଅଂଚଳରେ ଗଜଲକ୍ଷ୍ମୀ ପୂଜାର ସ୍ୱାତନ୍ତ୍ର୍ୟ ବହୁ ବର୍ଷରୁ ରହି ଆସିଛି । ଏଠାରେ ପ୍ରାୟ ୭୦ ରୁ ଉଦ୍ଧ୍ୱର୍ ମଣ୍ଡପରେ ମା’ଗଜଲକ୍ଷୀଙ୍କ ମୃଣ୍ମୟୀ ମୂର୍ତି ପୂଜା କରା ଯାଇଥାଏ । ବିଶେଷକରି ସାରନଗରୀ ବୋଇତବନ୍ଦାଣ ପଡ଼ିଆ ଠାରେ ଲକ୍ଷ୍ମୀ ମେଲଣ କେନ୍ଦ୍ରୀୟ ପୂଜା କମିଟି(ସିପିସି) ପକ୍ଷରୁ ଆୟୋଜନ କରାଯାଇଥାଏ । ୨୦ ତାରିଖରେ ଏଠାରେ ମେଲଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଦକ୍ଷିଣ ରାଉରକେଲାର ରଙ୍ଗୋଲି ଛକ,ଜଲଦା ସି ଓ ବି ବ୍ଲକ୍,ଏବିସି କଲୋନୀ,ଦେଓଗାଁ ସମେତ ସାରନଗରୀର ‘ଇ’ ବ୍ଲକ୍, ମଙ୍ଗଳା ମନ୍ଦିର ମାର୍କେଟ କମିଟି,ନିୟୁ ନାରାୟଣ
ମାର୍କେଟପୂଜାକମିଟି,ଭଂଜକଲୋନୀ,ଆଇଡ଼ିଏଲ,ଲକ୍ଷ୍ମୀମାର୍କେଟ,ଲେବର କଲୋନୀ,ଲାଲଟାଙ୍କି,ମଡ଼ର୍ଣ୍ଣ ଇଣ୍ଡିଆ,ଟାଙ୍ଗରପାଲୀ,ପାଣିଟାଙ୍କି,ନବକୃଷ୍ଣନଗର,ଅଟୋକଲୋନୀ,କନଷ୍ଟ୍ରକନ କଲୋନୀ,ଲୋକନାଥ ମାର୍କେଟ ସମେତ ଅନ୍ୟାନ ସ୍ଥାନରେ ଗଜଲକ୍ଷ୍ମୀ ପୂଜା ମହାସମାରୋହରେ ପାଳନ କରାଯାଉଛି ।
ପୂଜାକୁ ଦୃଷ୍ଟିରେ ରଖି ସାରନଗରୀର ବିଭିନ୍ନ ବଜାରରେ ନୂତନବସ୍ତ୍ର,ସୁନାଗହଣା କିଣିବା ପାଇଁ ଗ୍ରାହକଙ୍କ ଭିଡ଼ ବଢିବାରେ ଲାଗିଛି । ଭିଡ଼କୁ ଦୃଷ୍ଟିରେ ରଖି ଟ୍ରାଫିକ ବ୍ୟବସ୍ଥା ଓ ଯାତ୍ରା ସମୟରେ କୌଣସି ଗଣ୍ଡଗୋଳକୁ ଏଡ଼ାଇବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛିି ।
ଲକ୍ଷ୍ମୀପୂଜା ସମ୍ପର୍କରେ ନିୟୁ ନାରାୟଣ ମାର୍କେଟ ପୂଜା କମିଟି ପକ୍ଷରୁ ବିପିନ ଲେଙ୍କା କୁହନ୍ତି,ଏହି ପୂଜା ୧୨ ବର୍ଷ ହେଲା ହୋଇ ଆସୁଛି । ପୂଜା ପାଇଁ ଆମ କମିଟି ସଂପୂର୍ଣ୍ଣ ରୂପେ ତା’ର କାର୍ଯ୍ୟକ୍ରମ ରୂପରେଖ ପ୍ରସ୍ତୁତ କରିଛି । ଯେମିତି ଶାନ୍ତି ଶୃଖଂଳାର ମା’ଙ୍କର ପୂଜା କାର୍ଯ୍ୟ ସୂଚାରୁ ରୂପେ ହେବ ସେଥିପାଇଁ ଆମେ ଯତ୍ମବାନ ଅଛୁ ।
ଏଥର ଆମୋଦ ପ୍ରମୋଦକୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ବନ୍ଧମୁଣ୍ଡା ଅଂଚଳର ମୀନା ବଜାର ମଧ୍ୟ ଆୟୋଜନ କରାଯିବା ସହ ଭସାଣ ୨୧ ତାରିଖରେ ହେବ ବୋଲି ଶ୍ରୀ ଲେଙ୍କା ପ୍ରକାଶ କରିଥିଲେ । ପ୍ରକାଶଥାଉକି, ପ୍ରତ୍ୟେକ ବର୍ଷ ରାଉରକେଲା କେନ୍ଦ୍ରୀୟ ପୂଜା କମିଟି ତାର ନୀତି ନିୟମ ଅନୁଯାୟୀ ପୂଜା କାର୍ଯ୍ୟକ୍ରମ ଠାରୁ ଭସାଣି ଏବଂ ମେଲଣ ପର୍ଯ୍ୟନ୍ତ ଶାନ୍ତି ଶୃଖଂଳା ରକ୍ଷା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେଇଥାଏ । ବିଶେଷ କରି ବିଭିନ୍ନ ସିପିସି ଅଧିନସ୍ଥ ପୂଜା ପେଣ୍ଡାଲ ମାନଙ୍କର ନାନାଦି ସୁବିଧା ଓ ଅସୁବିଧା ସମ୍ପର୍କରେ ସିପିସି ଟିମ୍ ନଜର ରଖି ଥାଆନ୍ତି । ଗଜଲକ୍ଷ୍ମୀ ପୂଜା ସାରନଗରୀରେ ପ୍ରସିଦ୍ଧି ଲାଭ କରିଥିବାରୁ ରାଉରକେଲାର ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ସପରିବାର ଏଠାକୁ ଆସି ମା’ ଲକ୍ଷ୍ମୀଙ୍କ ମୁଣ୍ମୟୀ ମୂର୍ତି ଦର୍ଶନ କରି ଅପାର କରୁଣା ଲାଭ କରିଥାନ୍ତି ।



