ରାଉରକେଲା, ୦୭/୦୮/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ଼ର ରାଉରକେଲା ସହରରେ କାୟା ବିସ୍ତାର କରିବାରେ ଲାଗିଛି । ସୁନ୍ଦରଗଡ଼ ଜିଲାରେ କରୋନା ସ୍ଥିତି ସାଂଘାତିକ ଆଡକୁ ଗତି କରୁଛି ଯାହାକି ସାଂଘାତିକ । ଏଭଳି ସ୍ଥିତି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ, ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି । ଗୋଟିଏ ଦିନରେ ୧୭୮ କରୋନା ସଂକ୍ରମିତ ହେବାସହ ରାଉରକେଲାରେ କରୋନା ମିଟର ୧୮୮୨ ହୋଇ ସାରିଥିା ବେଳେ ୨୦୦୦ ସଂଖ୍ୟାର ନିକଟତର ହେଉଛି । ଦିନକରେ ୧୭୮ କରୋନା ରୋଗୀଙ୍କ ମଧ୍ୟରୁ ୧୪ ଜଣ ନାବାଳକ/ନାବଳିକା ଅଛନ୍ତି । ଏଥିମଧ୍ୟରୁ ୯ ଜଣ ନାବାଳକ ଓ ୫ ଜଣ ନାବାଳିକା ଅଛନ୍ତି । ସମସ୍ତଙ୍କ ବୟସ ୧ ବର୍ଷରୁ ୧୩ ବର୍ଷ ମଧ୍ୟରେ ଥିବା ସୂଚନା ମିଳିଛି । ଏହା ବ୍ୟତିତ ୧୭ ଜଣ ବରିଷ୍ଠ ନାଗରିକ କରୋନାର ଶୀକାର ହୋଇଥିବା ବେଳେ ଏଥିରେ ଉଭୟ ପୁରୁଷ ଓ ମହିଳା ଅଛନ୍ତି । ରାଉରକେଲା ସହରରେ କରୋନା ସଂକ୍ରମଣ ବଢୁଥିବାରୁ ସପ୍ତାହର ଶନିବାର ଓ ରବିବାରକୁ ସଟଡାଉନ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ସହରର ବିଭିନ୍ନ ନିଷିଦ୍ଧାଚଂଳ ଓ କରୋନା ସ୍ରଂମିତ ଅଂଚଳକୁ ରାଉରକେଲା ମହାନଗର ନିଗମ ପକ୍ଷରୁ କର୍ମଚାରୀ ଦ୍ୱାରା ସାନିଟାଇଜ କରାଯାଉଛି । ସାରନଗରୀ ଅଂଚଳରେ କରୋନା ତା’ର କାୟା ମେଲାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଆଜି ସାରନଗରୀ ସ୍ଥିତ କମ୍ୟୁନିଟି ସେଂଟର ଠାରେ ଆରଏସପି ପକ୍ଷରୁ କରୋନା ଟେଷ୍ଟ କରାଯାଇଥିଲା । ପୂର୍ବାହ୍ନ ୬ଟାରୁ ଅପରାହ୍ନ ୧ଟାଯାଏ ଡାକ୍ତର ଓ କର୍ମଚାରୀ ମାନେ ଉପସ୍ଥିତ ରହି କୋଭିଡ଼-୧୯ ଆଂଟିଜେନ ଟେଷ୍ଟ କରାଇଥିଲେ । ସାରନଗରୀ, ଉତ୍କଳନଗର ଓ ନାରାୟଣ ମାର୍କେଟରୁ ଲୋକ ମାନେ ଉପସ୍ଥିତ ରହି କରୋନା ଟେଷ୍ଟ କରିଥିବା ଜଣାପଡ଼ିଛି । ପର୍ଯ୍ୟାୟ କ୍ରମେ ରାଉରକେଳାର ଅନ୍ୟ ଅଂଚଳରେ କରୋନା ଟେଷ୍ଟ କରାଯିବ ବୋଲି ସୂଚନା ମିିଳିଛି ।
ରାଉରକେଲାରେ କରୋନା ୨୦୦୦ ମୁହାଁ!
|
August 7, 2020 |