ରାଉରକେଲା, ୨୬/୦୩ (ସନ୍ଧାନ ନିୟୁଜ): କୋରନା ଭାଇରସକୁ ଭୟାବହତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୧ ଦିନ ପାଇଁ ସମଗ୍ର ଦେଶକୁ ଲକ ଡାଉନ କରିଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ, ମେଡ଼ିସିନ, କ୍ଷୀର ଦୋକାନକୁ ଛାଡ଼ି ସମସ୍ତ ଦୋକାନ ବନ୍ଦ ରହିିଛି । ଅପରପକ୍ଷରେ ଦକ୍ଷିଣ ରାଉରକେଲାରେ କିଛି ଅସାଧୁ ବ୍ୟବସାୟୀ ଆଳୁକୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ସାରନଗରୀରେ ଆଳୁ ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଛି । ଏହା ଗରିବ ଓ ମଧ୍ୟବିତଙ୍କ ପକେଟକୁ ବାଧୁଛି । ଗତକାଲି ରାଉରକେଲା ଏଡ଼ିଏମ ଡେଲିମାର୍କେଟ ଯାଂଚ କରି ଆଳୁ ଅଧିକ ଦାମରେ ବିକ୍ରି କରୁଥିବା କିଛି ଅସାଧୁ ବ୍ୟବସାୟୀଙ୍କୁ ଫାଇନ କରିଥିଲେ । ମାତ୍ର ଏବେ ସୁଦ୍ଧା ସାରନଗରୀରେ ପ୍ରଶାସନର ପାଦ ପଡ଼ି ପାରିନାହିଁ । ଆଳୁର କଳାବଜାରୀ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ବଢି ଯାଇଥିବା କାରଣରୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ରାଉରକେଲାରେ ଆଳୁର କଳାବଜାରୀ, ଗ୍ରାହକ ହନ୍ତସନ୍ତ
|
March 26, 2020 |



