ରାଉତରାପୁର ପଞ୍ଚାୟରେ ୯ଗୋଟି ପ୍ରକଳ୍ପ ଉଦ୍ଦଘାଟିତ

Spread the love

ଯାଜପୁର ସଦର, ୩୦/୧୨ ,ସନ୍ଧାନ ନ୍ୟୁଜ: ରସୁଲପୁର  ବ୍ଳକ ଅର୍ନ୍ତଗତ ରାଉତରାପୁର ପଞ୍ଚାୟତ ରେ ୯ଗୋଟି ପ୍ରକଳ୍ପ ଉଦ୍ଦଘାଟିତ । ଉଦ୍ଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯାଜପୁର ଏମପି ଶର୍ମିଷ୍ଠା ସେଠୀ  ଏବଂ ସମ୍ମାନୀତ ଅତିଥି ଭାବେ ବରୀ ବିଧାୟୀକା ସୁନନ୍ଦା ଦାସ, ରସୁଲପୁର ବିଡ଼ିଓ ଅବନିକାନ୍ତ ସାହୁ , ରସୁଲପୁର ବ୍ଳକ ଅଧ୍ୟକ୍ଷ ଆରୁଣ କୁମାର ରାଉତ ଏବଂ ଉପାଧ୍ୟକ୍ଷା ଜୟନ୍ତୀ ଦାସ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିପିଏମ ଶ୍ରୀନିବାସ ଚନ୍ଦ୍ର ଦାସ, ପ୍ରତିମା ପତି ଯୋଗ ଦେଇ ପଞ୍ଚାୟତ ବିଭିନ୍ନ ପ୍ରକଳ୍ପ ମାନ ଉଦ୍ଦଘାଟନ କରିଥିଲେ । ଅତିଥିମାନଙ୍କୁ ବାଜା,ବାଣ, ଶଙ୍ଖ, ଘଣ୍ଟ, ହୁଲାହୁଲ ଦେଇ ବିରାଟ ପଟୁଆରରେ  ବନ୍ଦାପନା କରି  ସଭାସ୍ଥଳୀକୁ ପାଛୋଟି ଆଣାଯାଇଥିଲା । ସଭାସ୍ଥଳୀରେ ପହଞ୍ଚି ପଞ୍ଚାୟତର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ସମିକ୍ଷା କରିବା ପରେ  ପଞ୍ଚାୟତର ସରପଞ୍ଚ ସ୍ୱର୍ଣ୍ଣଲତା ସାହୁଙ୍କୁ ନେତୃତ୍ୱରେ ଉଦ୍ଦଘାଟିତ ହୋବାକୁ ଥିବା ପଞ୍ଚାୟତର ମିଶନ ଶକ୍ତି ଗୃହ, କୁଣ୍ଡପାଟଣା ପ୍ରାଥମିକ ସ୍ୱାସ୍ଥ କେନ୍ଦ୍ରର ଶୌଚାଳୟ ଗୃହ, ମା’ ତାରିଣୀ ପୀଠର ପୁର୍ଣ୍ଣାଙ୍ଗି କରଣ, ବଜ୍ୟବସ୍ଥୁ ପରିଚାଳନା କେନ୍ଦ୍ର, ଦର୍ଶନ ନୋଡ଼ାଲ ସ୍କୁଲର ଅତିରିକ୍ତ ଶ୍ରେଣୀ ଗୃହ ଓ ବାଳିକା ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶୌଚାଳୟର, ରତ୍ତପୁର କୁମ୍ୟୁନିଟି ସାନୀଟାରୀ କମ୍ପ୍ଳେକ୍ସ, କୁମ୍ଭାର ସାହିରେ ଥିବା ଜଗନ୍ନାଥ ଜୀୟୁ ମନ୍ଦିରର କୋଠଘର ସହ କାଲିକା ହୁଡ଼ା ମେଲଣ ମଣ୍ଡପର ଫିତା କାଟି ଉଦ୍ଦଘାଟନ କରି ପଞ୍ଚାୟତ ବସିଙ୍କ ନିମନ୍ତେ ଉର୍ତ୍ସଗୀକୃତ କରିଥିଲେ । ଉପସ୍ଥିତ ସ୍ଥାନୀୟ ନେତୃତ୍ୱ ମଣ୍ଡଳୀ ରାଉତରାପୁର ପଞ୍ଚାୟତର ବିଜେଡ଼ି ସଭାପତି ଅନିରୁଦ୍ଧ ପୃଷ୍ଟି, ସମିତିସଭ୍ୟ ପ୍ରିୟରଞ୍ଜନ ସାହୁ, ନାଏବ ସରପଞ୍ଚ ବୈକୁଣ୍ଠ ବରାଳ, ବ୍ରହ୍ମବରଦା ବିଜେଡ଼ି ସଭାପତି ରାକେଶ ଦେଓ, ପୂର୍ବତନ ସରପଞ୍ଚ କୈଳାସ ସାହୁ, ଶିକ୍ଷାବିତ ମାରୁତି ପୃଷ୍ଟି, ଯୁବନେତା  ପ୍ରଭାକର ସାହୁ,  ୱାର୍ଡ଼ ମେମ୍ବେର ରାମଚନ୍ଦ୍ର ବେହେରା, ମନୋରମା ପୃଷ୍ଟି, ମନୋରଞ୍ଜନ ଜେନା, ଯୁବନେତା ସୂର୍ଯ୍ୟମଣୀ ବେହେରାଙ୍କ ସହ ଗ୍ରାମର ଶତାଧିକ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Related Posts

About The Author

Add Comment