ଯାଜପୁର,(ସନ୍ଧାନ ନ୍ୟୁଜ): କୋରେଇ ବ୍ଲକ ଅନ୍ତର୍ଗତ କାଚରାସାହି ପଂଚାୟତ ରାଉତପଡା ଗ୍ରାମରେ ବଜରଂଗ ଦଳର ପ୍ରତିଷ୍ଠା ଉତ୍ସବ ମଂଗଳବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଏକ ସଭାରେ ବରିଷ୍ଠ ଶିକ୍ଷକ ବିଜୟ କୁମାର ଶତପଥି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ। ମୁଖ୍ୟ ବକ୍ତାଭାବେ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢୀ ଯୋଗଦେଇ ଦେଶମାତୃକାର ସେବାରେ ଶୃଂଖଳିତ ଯୁବସମାଜ ମନୋନିବେଶ କରିବା ସହିତ ଅବହେଳିତ ରାଉତପଡା ଗ୍ରାମର ସର୍ବାଂଗୀନ ବିକାଶ ପାଇଁ ସମସ୍ତେ ଏକଜୁଟ ହେବାକୁ ପରାମର୍ଶ ଦେଇଥିଲେ।ସମ୍ମାନୀତ ଅତିଥିଭାବେ ଅମ୍ଳାନ କୁମାର ସାହୁ, ସୁଜିତ କୁମାର ସ୍ବାଇଁ, ସାମ୍ବାଦିକ କଳ୍ପତରୁ ଧୀର, ସୁଦର୍ଶନ ପଣ୍ଡା ପ୍ରମୁଖ ଯୋଗଦେଇ ରାଉତପଡାକୁ ଜିଲ୍ଲାରେ ଏକନମ୍ବର ଗ୍ରାମ କରାଇବାକୁ ସମସ୍ତେ ଯତ୍ନବାନ ହୁଅନ୍ତୁବୋଲି କହିଥିଲେ। ଗ୍ରାମର ଉଦ୍ୟମୀ ବ୍ୟକ୍ତି ସୁବାସ ଚନ୍ଦ୍ର ନାୟକ, ସୁଶାନ୍ତ କୁମାର ନାୟକଙ୍କ ଉଦ୍ୟମରେ ଆୟୋଜିତ ଏଭଳି କାର୍ଯ୍ୟକୁ ଗ୍ରାମବାସୀମାନେ ଭୂୟଶୀ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ବୋଧିରାମ ଖୁଂଟିଆ, ରଘୁନାଥ ନାୟକ, ଅଭିରାମ ଜେନା, ଗୋଲେଖ ଜେନା, ରମାକାନ୍ତ ଜେନା, ବଳରାମ ଜେନା, ଅଭିରାମ ସେଠୀ,ବନମାଳୀ ନାୟକ, ଧୃବ ବେହେରା,ପୂର୍ଣ୍ଣଚନ୍ଦ୍ର ବେହେରୀ, ଗିରିଧାରୀ ବାରିକ, ଶଶିକାନ୍ତ ଜେନା, ହାଡିବନ୍ଧୁ ଜେନା, ବାବନ ଜେନା, ପ୍ରକାଶ ଜେନା, ପ୍ରଭାତ ନାୟକ, ସୁକେଶ ଦାସ, ଶରତ ଚନ୍ଦ୍ର ବେହେରା, ଦୀନବନ୍ଧୁ ସେଠୀ, ତାପସ ନାୟକ, ରାଜେଶ ଜେନା, ଚନ୍ଦନ ନାୟକ ଯୋଗଦେଇ ସମସ୍ତେ ଏକମନରେ ଗ୍ରାମର ବିକାଶ କରିବାକୁ କହିବା ସହିତ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଏଭଳି କାର୍ଯ୍ୟକୁ ସଫଳ କରିଥିବାରୁ ଭୀମସେନ ସିଅଳ ସମସ୍ତଂକୁ ଧନ୍ୟବାଦ ଅର୍ପଣ କରିଥିଲେ।
ରାଉତପଡାରେ ବଜରଂଗ ଦଳ ପ୍ରତିଷ୍ଠା ଉତ୍ସବ
|
August 30, 2023 |



