ରାଇରଙ୍ଗପୁର: ଯୁବକର ଝୁଲନ୍ତା ମୃତଦେହ ପୋଲିସ ଦ୍ବାରା ଉଦ୍ଧାର

Spread the love

ରାଇରଙ୍ଗପୁର-୩୦/୧୨/୨୦୨୧(ସନ୍ଧାନ ନ୍ୟୁଜ୍) ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ପୈାରାଞ୍ଚଳ ର ସାକିଲାଡିହି ଗ୍ରାମ ର ଜନୈକ ଆତ୍ମହତ୍ୟା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ ସ୍ଵର୍ଗତ ଶୁଶାନ୍ତ ମହାନ୍ତ ଙ୍କ ୨୮ବର୍ଷୀୟ ବିବାହିତପୁତ୍ର ଅଜୟ କୁମାର ମହାନ୍ତ (୨୮) ବୁଧବାର ଦିନ ୧୨ଟାପାଖାପାଖି ସମୟରେ ମାନସିକ ଭାରସାମ୍ୟ ହରାଇ ଫାଶିଲଗାଇ ଆତ୍ମହତ୍ୟା କରିଛି। ଘଟଣାସ୍ଥଳରେ ରାଇରଙ୍ଗପୁର ଆଇ ଆଇସି ଅଜୟ ସୁଦର୍ଶନ ବାଗେ ଙ୍କ ନିର୍ଦେଶ କ୍ରମେ ଏସଆଇ ଚିତ୍ତର°ଜନ ବାରିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଏକ ଅପମୃତ୍ୟୁ ମାମଲା କେଶ ନ°୨୬/୨୧ରୁଜୁକରି ଯୁବକ ର ମୃତ ଦେହକୁ ଶବ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ତଦନ୍ତ କରୁଛନ୍ତି।

Related Posts

About The Author

Add Comment