ବାରିପଦା, ୭/୧୦(ସନ୍ଧାନ ନ୍ୟୁଜ୍):- ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଛି । ସଂକ୍ରମଣ ରେ ରୋକ ଲାଗୁ ନ ଥିବାବଳେ ମୁଣ୍ଡ ପରେ ମୁଣ୍ଡ ଗଡି ଚାଲିଛି । ଜିଲ୍ଲାରେ ମଙ୍ଗଳବାର ପୁଣି ୧୦୦ଜଣ ସଂକ୍ରମିତ ହୋଇଥିବା ବଳେ ୮୮ଜଣ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି । ତେବେ ଭୁବନେଶ୍ବରର ଏକ ଘରୋଇ ଅବସ୍ଥାରେ ରାଇରଙ୍ଗପୁରର ଅତିରିକ୍ତ ହେଉଥିବା ଡାକ୍ତରଖାନାରେ ଚିକିତ୍ସାଧିନ ଏସ୍ ପି ଅଶୋକ ପଟ୍ଟନାୟକଙ୍କ ମଙ୍ଗଳବାର ମୃତୁ ଘଟିଛି । ସେ ସେପ୍ଟେମ୍ବର ୧୬ ତାରିଖ ରୁ । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ତାଙ୍କ ଘର ଗଞ୍ଜାମ ଜିଲ୍ଲା ବରହମପୁରରେ। ସେ ୨୦୧୭ ମସିହା ଅଗଷ୍ଟ ୮ ତାରିଖରୁ ରାଇରଙ୍ଗପୁରରେ ଅତିରିକ୍ତ ଏସ୍ପି ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ। ସେ ୨୦୨୨ ମେ’ ୩୧ରେ କାର୍ଯ୍ୟରୁ ଅବସର ନେଇଥାନ୍ତେ । ଜିଲ୍ଲାରେ ଦିନକୁ ଦିନ ସାଧାରଣ ଲୋକଙ୍କ ସମେତ ପୁଲିସ କର୍ମଚାରୀ ସ୍ବାସ୍ଥ୍ୟ କର୍ମଚାରୀ ଅଧିକ ସଂଖ୍ୟାରେ ସଂକ୍ରମିତ ହେଉଥିବା ଲକ୍ଷ୍ୟ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୦୫ଜଣ ସ୍ବାସ୍ଥ୍ୟ କର୍ମଚାରୀ ଆକ୍ରାନ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୫୫ଜଣ ଡାକ୍ତର ଆକ୍ରାନ୍ତ ହୋଇ ସାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରୁ ବିଶୋଇର ଜଣେ ଫାର୍ମାଶିଷ୍ଟ ପ୍ରତାପ ଚନ୍ଦ୍ର ବେହେରାଙ୍କର ମୃତ୍ୟୁ ହୋଇ ସାରିଛି । ଜିଲ୍ଲାରେ ଦିନକୁ ଦିନ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସ୍ଥିତି ଭୟଙ୍କର ଆଡକୁ ଗତି କରୁଛି । ଜିଲ୍ଲାରେ ଏ ଯାଏଁ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ସରକାରୀ ରିପୋର୍ଟ ଅନୁଯାୟୀ ୮୮୨୧ ବୋଲି କୁହାଯାଉଛି ।
ରାଇରଙ୍ଗପୁରର ଅତିରିକ୍ତ ଏସ୍ପି କରୋନାରେ ମୃତ
|
October 7, 2020 |
