ରାଇକିଆରେ ଜେଏମଏଫସି କୋର୍ଟ ସ୍ଥାପନା ଦାବୀ କଲା ନାଗରିକ ମଞ୍ଚ:

Spread the love

ବାଲିଗୁଡା,10/9, (ସନ୍ଧାନ ନିଉଜ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ରାଇକିଆରେ ତୁରନ୍ତ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଞ୍ଚ ପକ୍ଷରୁ ଦାବୀ କରାଯାଇଛି। ରାଇକିଆରେ ଏହି କୋର୍ଟ ସ୍ଥାପନ ପାଇଁ ରାଜ୍ୟ ସରକାର ଗତ ୨୦୧୭ ରେ ବିଜ୍ଞପ୍ତି ଜାରୀ କରିଛନ୍ତି। ଜିଲ୍ଲାରେ ୩ଟି ନୂତନ କୋର୍ଟ ସ୍ଥାପନ ପାଇଁ ଚଳିତ ବର୍ଷ ଅଗଷ୍ଟ ମାସ ୭ ତାରିଖରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ତରଫରୁ ଭିତିଭୁମି ପାଇଁ ଚିଠି ପ୍ରକାଶ ପାଇଥିଲା। ଏହି ତାଲିକାରେ ରାଇକିଆର ନାମ ରହିଥିବାରୁ ଏହାକୁ ଖୁବ ଶିଘ୍ର କାର୍ଯ୍ୟକାରୀ କରିବାକୁ ରାଇକିଆ ନାଗରିକ ମଞ୍ଚ ଦାବୀ କରିଛି। ଦୀର୍ଘ ବର୍ଷହେଲା ରାଇକିଆରେ କୋର୍ଟ ସ୍ଥାପନ ପାଇଁ ଦାବୀ ହୋଇଆସୁଥିଲେ ମଧ୍ୟ ଏହା ବିଭିନ୍ନ କାରଣରୁ ହୋଇପାରୁନଥିଲା। ବିଶେଷ କରି ସମସ୍ତ ଭିର୍ତ୍ତିଭୂମି ର ସୁବିଧା ଥିବା ସତ୍ୱେ  କୋର୍ଟ ସ୍ଥାପନା ହେଉନଥିବାରୁ ସେଠାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ବାବଦରେ ବିଭିନ୍ନ ଗଣ ମାଧ୍ୟମ ରେ ପ୍ରସାରିତ ହେବାପରେ ଲୋକଙ୍କ  ଭିତରେ ଉତ୍ସାହ ଦେଖାଦେଇଛି। ଏହା ଯେପରି ଖୁବ ଶୀଘ୍ର ହୋଇପାରିବ ସେ ନେଇ ପଦକ୍ଷେପ ନେବା ପାଇଁ ମଙ୍ଗଳବାର ରାଇକିଆ ନାଗରିକ ମଞ୍ଚ ତରଫରୁ ଏକ ଦାବୀପତ୍ର ତହସିଲଦାରଙ୍କ ଉଦେଶ୍ୟରେ ତାଙ୍କର ଅନୁପସ୍ଥିତିରେ କାର୍ଯ୍ୟାଳରେ ଦାୟୀତ୍ୱରେ ଥିବା କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି। ଏଥିସହ ଖୁବ ଶୀଘ୍ର ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରାଯିବ ବୋଲି ମଞ୍ଚ ତରଫରୁ କୁହାଯାଇଛି। ଚଳିତ ବର୍ଷ ଜାନୁୟାରୀ ମାସରେ ମଞ୍ଚ ତରଫରୁ ହାଇକୋର୍ଟ ବିଚାରପତିଙ୍କୁ ମଧ୍ୟ ସାକ୍ଷାତ କରି ରାଇକିଆଠାରେ କୋର୍ଟ ସ୍ଥାପନ ପାଇଁ ଦୃଷ୍ଟି ଆକର୍ଷଣ କରାଯାଇଥିଲା।ଏଠାରେ ସୁଚନା ଯୋଗ୍ୟ ରାଇକିଆ ବ୍ଳକର ୬୦ ହଜାରରୁ ଊର୍ଦ୍ଧ୍ବ ଲୋକ ଘୁ.ଉଦୟଗିରି କୋର୍ଟ ଉପରେ ନିର୍ଭର କରୁଛନ୍ତି। ବିଭିନ୍ନ ମାଲିମକଦ୍ଧମାରେ ସେମାନଙ୍କୁ ଘୁ.ଉଦୟଗିରକୁ ଦୌଡିବାକୁ ପଡୁଛି। ତେଣୁ ସେଠାରେ ତୁରନ୍ତ ଏକ ଜେଏମଏଫସି କୋର୍ଟ ସ୍ଥାପନ ପାଇଁ ରାଇକିଆ ନାଗରିକ ମଞ୍ଚ ଦାବୀ କରିଛି। ରାଇକିଆ ଥାନା ଅଧିନରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି ୯୦୦ ମାମଲା ଜି.ଉଦୟଗିରି କୋର୍ଟରେ ବିଚାରଧିନ ରହିଥିବା ମଧ୍ୟ ମଞ୍ଚ ପକ୍ଷରୁ କୁହାଯାଇଛି।

Related Posts

About The Author

Add Comment