ଯାଜପୁର, ୨୧/୦୮/୨୦୨୧ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ହନୁମାନ ମନ୍ଦିର ପରିଶରରେ ରସୁଲପୁର ଶାଖା ଡ୍ରାଇଭର ମହାସଂଘର ଏକ ପ୍ରସ୍ତୁତି ବୈଠକ ଅନୁ୍ଷ୍ଟିତ କରାଯାଇଥିଲା । ଏହି ଅବସରରେ ଡ୍ରାଇଭର ମହାସଂଘର ସଭାପତି ପ୍ରଦିପ୍ତ କୁମାର ଦାଶଙ୍କ ସଭାପତିତ୍ୱରେ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଟିତ ହୋଇଥିଲା । ରାଜ୍ୟ ସରକାର ଏବଂ କେନ୍ଦ୍ରସରକାର ବିଭିନ୍ନ ଯୋଜନା ପରେ ଯୋଜନା କରୁଥିବା ବେଳେ, ଡ୍ରାଇଭର ମାନଙ୍କୁ ଅଣଦେଖା କରାଯାଉଥିବା ବେଳେ, ଡ୍ରାଇଭର ମାନେ ଏହି ପ୍ରସ୍ତୁତି ବୈଠକରେ ମନଦୁଃଖ କରିଥିଲେ । ଏଠାରେ ସୂଚନା ଯୋଗ୍ୟ ଯେ, କୋଭିଡ ମହାମାରୀରେ ଏହି ପରିବାରକୁ ରାଜ୍ୟ ସରକାର ଅଣଦେଖା କରିଥିବା ବେଳେ, ବିଧବା, ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭକରି ଯୋଜନା ପରେ ଯୋଜନା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୁଛନ୍ତି । ଯାହାକି ଲୋକମାନଙ୍କ ହିତ କାର୍ଯ୍ୟରେ ଲାଗୁଚି । ସ୍ୱାସ୍ଥ୍ୟବୀମା ଠାରୁ ଆରମ୍ଭକରି ହରିଶ୍ଚନ୍ଦ୍ର ଯୋଜନା ପ୍ରର୍ଯ୍ୟନ୍ତ ରାଜ୍ୟ ସରକାର କରିଛନ୍ତି । ଦୁଃଖର ବିଷୟ ଏହି କି ଯେ, ପରିବହନ ମନ୍ତ୍ରୀ ଘରୋଇ ଡ୍ରାଇଭର ମାନଙ୍କୁ ଅଣଦେଖା କରିଥିବା ଦେଖିବାକୁ ମିଳିଚି । ଅଳ୍ପ ଦରମା ମଧ୍ୟରେ ଡ୍ରାଇଭର ପରିବାର ଚଳାଇବା ପିଲାମାନଙ୍କ ପାଠପଢ଼ା ଠାରୁ ଆରମ୍ଭ କରି ସେମାନଙ୍କର ବିଭାଘର ପର୍ଯ୍ୟନ୍ତ ଏହି ଅଳ୍ପଦରମା ପାଉଥିବା ଘରୋଇ ଡ୍ରାଇଭର କରୋନା କବଳରେ କବଳିତ ହୋଇ ଦିନ କାଟୁଛନ୍ତି । ଏହି ପରିବାର ଦିନେ ଖାଇଲେ ୨ ଦିନ ଉପବାସ ରହୁଥିବା ଦେଖିବାକୁ ମିଳିଚି । ରାଜ୍ୟ ସରକାରଙ୍କ ପକ୍ଷରୁ ନା ଅଛି ଦରମା ନା ଅଛି ପେନସନ । ଗାଡ଼ିମାଲିକ ମାନେ ଏହି ଡ୍ରାଇଭର ମାନଙ୍କୁ ମାସିକ ୧୫ ହଜାର ଟଙ୍କା ଦରମା ଦେବା ସହିତ ସେମାନଙ୍କର ପେନସନ ଲାଗୁ କରିବାପାଇଁ ଦାବି କରାଯାଉଚି । ରାଜ୍ୟ ସରକାର ଯଦି ଏଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି, ତାହାହେଲେ ଆରଟିଓ ଅଫିସ କାର୍ଯ୍ୟାଳୟ ଆଗରେ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଫିସ ଆଗରେ ଧାରଣା ଦେବା ବୋଲି କହିଛନ୍ତି । ସେମାନଙ୍କୁ ମାସିକ ୨୦ ହଜାର ଟଙ୍କା ପେନ୍ସନ ଦେବା ସହିତ ସେମାନଙ୍କ ପିଲାମାନଙ୍କୁ ବିଭିନ୍ନ ହାଇସ୍କୁଲ କଲେଜରେ ପାଠ ପଢ଼ିବା ପାଇ ସରକାରଙ୍କ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦେବାପାଇଁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ରସୁଲପୁର ଶାଖାର ସଭାପତି ପ୍ରଦିପ୍ତ ଦାଶ, ମାନସ ସାହୁ, ରବିନାରାୟଣ ସ୍ୱାଇଁ, ବବୃବାହାନ ଜେନା, ବିଜୟ ଦାସ, ଉପନ ବେହେରା, ଦେବଦତ୍ତ ନାୟକ, ସୌମ୍ୟରଂଜନ ସାହାଣୀ, ସୁଶାନ୍ତ ପାଢ଼ୀ, ଭାଗବତ ମଲିକ, ଇନ୍ଦ୍ରମଣୀ ବିଶ୍ୱାଳ, ସୁଶାନ୍ତ କୁମାର ସାହାଣୀ, ଶତୃଘନ ବେହେରା, ସୌମ୍ୟ ରଂଜନ ବେହେରା, ରଂଜିତ ବିଶ୍ୱାଳ ଏହି ଡ୍ରାଇଭରମାନେ ଜିଲ୍ଲାପାଳ, ପରିବହନ ମନ୍ତ୍ରୀ, ଆରଟିଓ, ଉଚ୍ଚ ପଦସ୍ତ ଅଧିକାରୀ, ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରିଛନ୍ତି ।
ରସୁଲପୁର ଶାଖା ଡ୍ରାଇଭର ମହାସଂଘର ପ୍ରସ୍ତୁତି ବୈଠକ ଅନୁଷ୍ଟିତ
|
August 22, 2021 |


