ରାଷ୍ଟ୍ରାୟ ଶହୀ ଦିବସ ଏବଂ ଓଡିଶାର କ୍ୟାବିନେଟ୍ ପାହ୍ୟା ସ୍ୱାସ୍ଥ ମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଦେହାନ୍ତରେ ୨ ମିନିଟ୍ ନୀରବ ପ୍ରାର୍ଥନା
ଯାଜପୁର, ତା ୩୦ା୦୧ା୨୦୨୨ ରିଖ : ଆଜି ପୂର୍ବାହ୍ନରେ ରସୁଲପୁର ବ୍ଳ୍କ କାର୍ଯ୍ୟାଳୟ ଠାରେ ଜିଲ୍ଳାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଚକ୍ରୱର୍ତ୍ତୀ ସିଂହ ରାଠୋରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଥିବା ବେଳେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ରାଷ୍ଟ୍ରୀୟ ଶହୀଦ ଦିବସ ଏବଂ ଓଡିଶାର କ୍ୟାବିନେଟ୍ ପାହ୍ୟା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରା ସ୍ୱର୍ଗତ ନବ କିଶୋର ଦାସଙ୍କ ଦେହାନ୍ତରେ ୨ ମିନିଟ୍ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଚ୍ଥି । ଏହି ମିଳିତ ଅଭିଯୋଗ ଶୁଣାଣିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଭିନୀତ ଅଗ୍ରୱାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୁଖବନ୍ଧୁ ନାୟକ, ମୁଖ୍ୟ ଊନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଅଶୋକ କୁମାର ବେଊରିଆ, ଡେପୁଟୀ କଲେକ୍ଟର(ଅଭିଯୋଗ) ଶ୍ରୀମତୀ ତିଳୋତ୍ତମା ପୃଷ୍ଟି, ରସୁଲପୁର ତହସିଲଦାର ଶ୍ରୀ ନିରଂଜନ ସାହ ଏବଂ ବିଡିଓ ଶ୍ରୀ ଅବନିକାନ୍ତ ଦାସ ଅଭିଯୋଗ ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ । ସୂଚନାମତେ ଆଜିର ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୋଟ ୨୭ ଗୋଟି ଅଭିଯୋଗ ଦରଖାସ୍ତ ପ୍ରଶାସନର ହସ୍ତଗତ ହୋଇଥିବା ବେଳେ ତନ୍ମଧ୍ୟରୁ ୨୩ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୪ ଗୋଟି ସାମୁହିକ ଅଭିଯୋଗ ଥିଲା । ବ୍ୟକ୍ତିଗତ ଅଭିଯୋଗ ମଧ୍ୟରେ ମୁଖ୍ୟମନ୍ତ୍ରୀ ରିଲିପଂ ପାଣ୍ଠିରୁ ଆର୍ଥିକ ସହାୟତା ନିମନ୍ତେ ୩ ଗୋଟି ଅଭିଯୋଗ ଓ ଜିଲ୍ଳ୍ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଆର୍ଥିକ ସହାୟତା ପାଇଁ ୩ ଗୋଟି ଅଭିଯୋଗ ଥିଲା । ସେହିପରି ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ରାଠୋର ୯ ଗୋଟି ଅଭିଯୋଗକୁ ଅଭିଯୋଗ ସ୍ଥଳରେ ତ୍ୱରିତ ସମାଧାନ କରି ଜିଲ୍ଲା ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବା ଜନିତ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଗୁଡିକୁ ସମାଧାନ କରିବା ନିମନ୍ତେ ସମସ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାର ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଏହି ଜନ ଶୁଣାଣି ଶିବିରରେ ଯୋଗ ଦେଇଥିଲେ ।