ଯାଜପୁର ସଦର,୨୦/୧୨/୨୦୧୧ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ୪ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୩୬ନଂ ଜିଲ୍ଲା ପରିଷଦ ଆସନଟି ମହିଳା ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ଥିବା ବେଳେ, ଏହି ଜୋନରେ ବିଜେପି, ବିଜେଡ଼ି, କଂଗ୍ରେସ କଡ଼ାକଡ଼ି ଟକ୍କର ରହିଥିବା ଦେଖିବାକୁ ମିଳିଚି । ଯାହାକି ୩୬ନଂ ଜିଲ୍ଲାର ଜିଲ୍ଲା ପରିଷଦ ଆସନଟି ୭ଟି ପଂଚାୟତକୁ ନେଇ ଗଠିତ ହୋଇଥିବା ବେଳେ, ୮ଜଣ ଆଶାୟୀ ପ୍ରାର୍ôଥନୀ ରହିଥିବା ଦେଖିବାକୁ ମିଳିଚି । ଏଠାରେ ସୂଚନା ଯୋଗ୍ୟ ଯେ, ପୂର୍ବରୁ ୫ଟି ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଜୋନଟି ୨ଥନ ଅଣ ସରଂକ୍ଷିତ ରହିଆସିଚି । ୨୦୨୨ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଏହି ଜୋନଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ, ୧୯୯୭ ରେ ଜିଲ୍ଲା ପରିଷଦ ଜୋନଟି ଅଣସଂରକ୍ଷିତ ରହିଥିଲା । ୨୦୦୨ରେ (ମହିଳା) ୨୦୦୭ ରେ ଅନୁସୁଚୀତ ଜାତି ୨୦୧୨ରେ ପଛୁଆବର୍ଗ ମହିଳା, ୨୦୧୭ରେ ଜିଲ୍ଲା ପରିଷଦ ଆସନଟି ଏହି ଜୋନଟି ଅଣସଂରକ୍ଷିତ ରହିଥିଲା । ଆଗାମୀ ପଂଚାୟତ ନିର୍ବାଚନ ହବୋକୁ ଥିବା ବେଳେ, ଏହି ଜିଲ୍ଲା ପରିଷଦ ୩୬ନଂ ଜୋନଟି ବିଜେଡ଼ିରୁ ୮ଜଣ ଅସ୍ଥାୟୀ ପ୍ରାର୍ôଥନୀ ଥିବା ଜଣାଯାଇଚି । ଜିଲ୍ଲା ସାଧାରଣ ସଂମ୍ପାଦକ ପ୍ରଦିପ ଦାସଙ୍କ ପତ୍ନୀ ନଳିନୀ ଦାସ, ରାକେଶ ଦେଓଙ୍କ ପତ୍ନୀ ସେହିପରି ମଙ୍ଗରାଜପୁର ୨ଥର ସରପଂଚ ଭାବେ ନିର୍ବାଚିତ ହୋଇଥିବା ସ୍ୱର୍ଗତଃ କୁମୁଦୁନୀ ନାୟକଙ୍କ ବୋହୁ ଶାନ୍ତିସ୍ନିଗ୍ଧା ନାୟକ ଆଶାୟୀ ଥିବା ବେଳେ, ବିଜେପିରୁ ନିର୍ବାଚିତ ହୋଇଥିବା ଜିଲ୍ଲା ପରିଷଦ ସଭ୍ୟ ଚତୁଃଭୂଜ ଦ୍ୱିବେଦିଙ୍କ ପତ୍ନୀ ଆଶାୟୀ ଥିବା ଜଣାଯାଇଚି । ସେହପରି ସାମନ୍ତରାପୁର ପଂଚାୟତ ସରପଂଚଙ୍କ ପତ୍ନୀ ଅଭିମନ୍ୟୁ ମହାଳିକଙ୍କ ପତ୍ନୀ ଆଶାୟୀ ରହିଛନ୍ତି । ଅର୍ଥଙ୍ଗାର ପୂର୍ବତନ ସରପଂଚ ଅର୍ଜ୍ଜୁନ ନାୟକଙ୍କ ପତ୍ନୀ ଆଶାୟୀ ରହିଥିବା ଦେଖିବାକୁ ମିଳିଚି । ପୂର୍ବତନ ଜିଲ୍ଲା ପରିଷଦ ବେଣୁଧର ସାମଲଙ୍କ ସମ୍ପର୍କିୟ ଆଶାୟୀ ରହିଛନ୍ତି । ଏହି ଜୋନଟି ମହିଳା ମାନଙ୍କ ପାଇଁ ଉର୍ଦ୍ଧିଷ୍ଟ ରହିଥିବା ବେଳେ, ବରୀ ବିଧାୟୀକା ସୁନନ୍ଦା ଦାସ କାହାକୁ ପ୍ରାର୍ôଥନୀ କରିବେ ତାହା ଜଣାପଡ଼ିବ । ସେହିପରି ଏହି ଜୋନରେ ବିଜେଡ଼ି ସମର୍ôଥତ ପ୍ରାର୍ଥି କଂଗ୍ରେସର ପ୍ରାର୍ôଥ ଆରତୀ ଦେଓ ଅଳ୍ପ ବ୍ୟବଧାନରେ ପରସ୍ତ କରିଥିବା ବେଳେ, ଆରତୀ ଦେଓ କଂଗ୍ରେସ ଛାଡ଼ି ବିଜେଡ଼ିରେ ରହିଥିବା ଦେଖିବାକୁ ମିଳିଚି । ଆରତୀ ମଧ୍ୟ ବିଜେଡ଼ିରୁ ଜିଲ୍ଲା ପରିଷଦ ପ୍ରାର୍ଥିନୀ ଦୌଡ଼ରେ ରହିଛନ୍ତି । ବିଜେପି ୨ଜଣ ଆଶାୟୀ ପ୍ରାର୍ଥି ରହିଥିବା ସୂଚନା ମିଳୁଚି । ଜାତୀୟ କଂଗ୍ରେସ ଏହି ଜୋନ ପାଇଁ ପ୍ରାର୍ଥି ଦେବା ଲାଗି ଦୌଡ଼ରେ ରହିଥିବା ଜଣାଯାଇଚି ।
ରସୁଲପୁର ବ୍ଲକ୍ର ୩୬ ନଂ ଜିଲ୍ଲା ପରିଷଦ ଜୋନଟି ବିଜେଡ଼ି ହାତକୁ ଚାଲିଯିବ
|
December 20, 2021 |