ରସୁଲପୁର ବ୍ଲକର ବିଭିନ୍ନ ଶୈବ ପୀଠରେ ପବିତ୍ର ଜାଗର ଯାତ୍ରା ସମ୍ପନ୍ନ

Spread the love

ରସୁଲପୁର, ୪/୩ (ସନ୍ଧାନ ନିୟୁଜ/ଜଗମୋହନ ରାଉତ) ଆଜି ଜାଗରଯାତ୍ରା ରସୁଲପୁର ବ୍ଲକ ଅଂଚଳର ବିଭିନ୍ନ ଶୈବ ପୀଠରେ ପାରମ୍ପରିକ ରୀତିନୀତିରେ ପାଳିତ ହେଉଛି । ଏହି ଅବସରେ ପ୍ରତୁ୍ୟଷରୁ ଶିବାଳୟଗୁଡିକ ଚଳଚଂଚଳ ହୋଇଉଠିଥିଲା । ମହାଦେବଙ୍କ ନିକଟରେ ପାରମ୍ପାରିକ ରୀତିନୀତିର ସହ ପୂଜା ଅର୍ଚ୍ଚନା କରାଯାଇଥିଲା । ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ନିମନ୍ତେ ଶୈବପୀଠଗୁଡିକ ଖୋଲା ଯାଇଥିଲା । ପ୍ରଭୂ ମହାଦେବଙ୍କୁ ଦର୍ଶନ କରିବା ସକାଶେ ବିଭିନ୍ନ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଲମ୍ବା ଧାଡି ଲାଗିଥିଲା । ଭକ୍ତମାନେ ପବିତ୍ର ଶିବ ଲିଙ୍ଗ ଦର୍ଶନ,ମନ୍ଦିର ପ୍ରଦକ୍ଷିଣ, ନୈବେଦ୍ୟ ଅର୍ପଣ କରିବା ପାଇଁ ଶ୍ରଦ୍ଧାଳୁ ଘଂଟା ଘଂଟା ଧରି ଧାଡିରେ ଅପେକ୍ଷା କରିବାକୁ ପଡିଥିଲା । ଦିନସାର ଶିବ ମନ୍ଦିର ଜନଗହଳିପୂର୍ଣ୍ଣ ରହିଥିଲା । ସନ୍ଧ୍ୟାରେ ବ୍ରତଧାରୀ ଶ୍ରଦ୍ଧାଳୁମାନେ ଦୀପଦାନ ପାଇଁ ମନ୍ଦିର ବେଢାରେ ବସି ରହିଥିଲେ । ମହାଦ୍ୱିପ ଉଠିବା ପର୍ଯ୍ୟନ୍ତ ଭକ୍ତମାନେ ନିଷ୍ଠାର ସହ ବସି ଦୀପ ଜାଳିଥିଲେ । ମହାଦ୍ୱୀପ ଉଠିବାରେ ବ୍ରତଧାରୀମାନେ ଉପବାସ ଭାଙ୍ଗି ଥିଲେ । ଏହି ବ୍ଲକର ପ୍ରସିଦ୍ଧ ଶୈବ ପୀଠ ଡିହ କୁରାଂଶର ଚନ୍ଦନେଶ୍ୱର ମହାଦେବ, ବାମଦେବପୁର କପିଳେଶ୍ୱର, ବାରବାଟୀର ବାବା ମଣୀମନ୍ଦିର, ଜଗନ୍ନାଥପୁର ଶିବମନ୍ଦିର, ନଠୁଆବର ଅଷ୍ଟସମ୍ଭୁ, ଭୋଟକାର ଆଖଣ୍ଡଳ ମଣି ଓ ବାବା ବିଶ୍ୱନାଥ, ବଡକଇଁଚିର ଅମୃତେଶ୍ୱର, ମଠସାହି ସଦାଶିବ, କଇଁଚି ଶାସନର ସ୍ୱପ୍ନେଶ୍ୱର, ହରିପୁରର ହଟକେଶ୍ୱର, ଗୋପୀନାଥପୁରର ନିଳାଦ୍ରୀଶ୍ୱର, ସୁଆଁସାହିର ଉତ୍ତରେଶ୍ୱର, ହରିପୁରର ବାବା ଆଖଣ୍ଡଳ ମଣି, ରାଜେନ୍ଦ୍ରପୁରର ଇଶାଣେଶ୍ୱର, ଗୌରଶ୍ୟାମ ପାଟଣାର ବଟେଶ୍ୱର, ଟିକରପଡାର କପଟେଶ୍ୱର, ସାରଂଗପୁରର ହରପାର୍ବତୀ ମନ୍ଦିର, ବ୍ରହ୍ମବରଦାର ଚଣ୍ଡିମନ୍ଦିର, ଜୟିସୁଙ୍ଗୁଡାର ସପ୍ନେଶ୍ୱର ପ୍ରଭୃତି ସ୍ଥାନରେ ଜାଗରଯାତ୍ରା ଖୁବ୍ ଯାକଜମକର ସହ ପାଳନ ହୋଇଛି । ରାତ୍ରୀ ସମୟରେ ଜାଗରଯାତ୍ରୀମାନଙ୍କ ସକାଶେ ନାନା ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଏହି ଯାତ୍ରାକୁ ଶାନ୍ତିଶୃଙ୍ଖଳାର ସହ ପରିଚାଳନା କରିବା ସକାଶେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ବ୍ୟାପକ ବନ୍ଦବୋସ୍ତ କରାଯାଇଛି । ସ୍ଥାନୀୟ ପୋଲିସ ପ୍ରଶାସନ, ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆଇନ ଶୃଙ୍ଖଳାକୁ ସ୍ଥିତିକୁ ବଜାଇ ରଖିବା ଦିଗରେ ସଜାଗ ରହିଛନ୍ତି ।

Related Posts

About The Author

Add Comment