ରମାପୁର ଘାଇ ନେଇ ବିଷଦଗାର କଲେ ବି.ଜେ.ଡି ନେତା: ପୋଲିସ ଏସ.ଡି.ପି.ଓ ଙ୍କୁ ଦାବିପତ୍ର ପ୍ରଦାନ

Spread the love

ଯାଜପୁର, ୦୨/୦୯ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକ ଅନ୍ତର୍ଗତ କୋତପୁର ନିକଟସ୍ଥ ରମାପୁର ଠାରେକେଲୁଅ ନଦୀରେ ମନୁଷ୍ୟକୃତ ଘାଇ ଏବେ ସମଗ୍ର ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି । ଏଭଳି ଚରମ ଅମାନବୀୟ କାର୍ଯ୍ୟ ନେଇ ବିରୋଧୀ ସରକାରଙ୍କ ବିରୋଧରେ ପ୍ରସଙ୍ଗ କରିବାରେ ସଫଳ ହୋଇଛନ୍ତି । ଏଭଳି ଅବସ୍ଥାରେ ଆଜି ଘାଇ ସ୍ଥଳରେ ବି.ଜେ.ଡି ନେତା ସତୀଶ ବିଶ୍ୱାଳ ପହଂଚିବା ସହ ସରକାରଙ୍କ ସପକ୍ଷରେ ମତ ରଖିବା ସହ ଘାଇ କରାଇବା ଜଘନ୍ୟ ଷଡଯନ୍ତ୍ରରେ ସଂପୃକ୍ତଙ୍କ ବିରୋଧରେ ବିଷଦଗାର କରିଛନ୍ତି । ଏହି ଷଡଯନ୍ତ୍ରକାରୀଙ୍କ ବିରୋଧରେ ଏକ୍ସପ୍ଲୋସିଭ ସବଷ୍ଟାନ୍ସ ଆକ୍ଟଏବଂ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ୧୨୦ (ବି) ଦଫାରେ କେସ କରାଯିବାକୁ ଦାବି ପତ୍ର ଧର୍ମଶାଳା ଥାନାରେ ଏସ.ଡି.ପି.ଓଙ୍କୁ ପ୍ରଦାନ କରିଛନ୍ତି । ଏହାସହ ଷଡଯନ୍ତ୍ରରେ ସଂପୃକ୍ତ ଥିବା ମୂଳ ପ୍ରଭାବଶାଳୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହିଁ ଏଠାରେ ସରକାରଙ୍କ ଛବିକୁ ଅଧିକ ଗ୍ରହଣୀୟ କରିବ ବୋଲି ମତ ରଖିଛନ୍ତି ।

ଧର୍ମଶାଳା ଥାନା ଅଧିକାରୀଙ୍କ ଉଦେ୍ଦଶ୍ୟରେ ପ୍ରଦାନ କରିଥିବା ଦାବିପତ୍ରରେ ସତୀଶ ଉଲ୍ଲେଖ କରିଛନ୍ତି ଯେ, ଏଭଳି ଜଘନ୍ୟ, ଚରମ ପାଶବିକତାପୂର୍ଣ୍ଣ କାର୍ଯ୍ୟର ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା -୪୨୭ ଏବଂ ୪୩୧ ଯଥେଷ୍ଟ ନୁହେଁ । ଏହାଦ୍ୱାରା ଅଭିଯୁକ୍ତଙ୍କୁ ସହଜରେ ଯାମିନ ମିଳିଯିବ । ବୁଦ୍ଧଲିଙ୍ଗ ଏବଂ ରମାପୁର ମଧ୍ୟରେ ହୋଇଥିବା ମନୁଷ୍ୟକୃତ ଘାଇ କରାଗଲା । ରାତିରେ ଶୋଇଥିବା ଲୋକ ମାନଙ୍କ ଧନ ଜୀବନ ବିପନ୍ନ ହେବାର ବିକଳ ଚିତ୍ର ପାଇଁ ଖଳ ନାୟକ ସାଜିଥିବା ଲୋକେ ରାକ୍ଷାସ ଠାରୁ ବି ଅଧିକ ନିଷ୍ଠୁର । ଗୋଟିଏ ପଟରେ ସରକାରଙ୍କ ୨୪.୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ନଦୀବନ୍ଧ ରାସ୍ତା ନଷ୍ଟ ହୋଇଥିବା ବେଳେ ଅନ୍ୟ ପଟରେ ପ୍ରାୟ ୨୦ ହଜାର ଲୋକଙ୍କ ଧନ ଜୀବନ କ୍ଷତି ହୋଇଛି । ଯେଉଁ କୃଷି ପ୍ରଧାନ ଅଞ୍ଚଳରେ ଶାନ୍ତିପ୍ରୀୟ ଲୋକେ ଡିନାମାଇଟ କଣ ଜାଣି ନାହାନ୍ତି, ସେଠାରେ ଡିନାମାଇଟ ବିସ୍ପୋରଣରେ ଲୋକଙ୍କ ସର୍ବସ୍ୱ ଉଜାଡି ଦିଆଗଲା । ଏଠାରେ ଏହାଦ୍ୱାରା ଅପରାଧୀ କରଣକୁ ଉସôାହିତ କରାଗଲା । ଏହା ସନ୍ତ୍ରାସବାଦ ଠାରୁ କୌଣସି ଗୁଣରେ କମ ନୁହେଁ । ଏହା ସିଧା ସଳଖ ରାଷ୍ଟ୍ର ବିରୋଧୀ କାର୍ଯ୍ୟ ।
ସତୀଶ ଦର୍ଶାଇଛନ୍ତି ଯେ, ବିରୋଧୀ ଏହାକୁ ପ୍ରସଙ୍ଗ କରି ଆମ ଜନପ୍ରୀୟ, ବିଶ୍ୱାସଯୋଗ୍ୟ, ଲୋକାଭିମୁଖୀ ନବୀନ ପଟ୍ଟନାୟକ ସରକାରକୁ ଦାୟୀ କରିବାକୁ ପଛାଉ ନାହାନ୍ତି । ଏ ପ୍ରସଙ୍ଗରେ ସାଧାରଣରେ ସରକାର, ପ୍ରଶାସନ ଓ ପୋଲିସକୁ ଅଧିକ ବିଶ୍ୱାସ ଭାଜନ ହେବାର ଆବଶ୍ୟକତା ରହିଛି । ସେଥିପାଇଁ ଏହି ନୃସଂସ ଘଟଣାର ଡାଳ କିମ୍ବା ପତ୍ରକୁ ଧରାଯାଇ ପୋଲିସ ତଦନ୍ତକୁ ଶେଷ ନକରୁ । ସାଧାରଣ ଲୋକଟିଏ କୌଣସି ବାଧ୍ୟ ବାଧକତା କିମ୍ବା ପ୍ରଲୋଭନରେ ପଡି ହୁଏତ ଏଭଳି କାର୍ଯ୍ୟ କରିଥାଇ ପାରେ । ଗୋଟିଏ ଗୋଟିଏ ଜୀବନ ପୋଲିସ ଅକ୍ଳାନ୍ତ ପରିଶ୍ରମ କରି ଯଥେଷ୍ଟ ଯତ୍ନ ଏବଂ ସତର୍କତାର ସହ ଅପରାଧର ମୂଳ ପର୍ଯ୍ୟନ୍ତ ଯାଇଛି । ଏ କ୍ଷେତ୍ରରେ ହଜାର ହଜାର ଲୋକଙ୍କ ଜୀବନ ଓ ଜୀବିକା ପାଇଁ ଅପରାଧର ମୂଳ ଖଳ ନାୟକ ପର୍ଯ୍ୟନ୍ତ ତଦନ୍ତ ଯାଇପାରିଲେ ଆମ ସରକାର ଅଧିକ ବିଶ୍ୱାସଯୋଗ୍ୟ ହୋଇପାରିବ । ଏହାପରେ ସତୀଶ ଗୋଟିଏ ପ୍ରତିନିଧି ଦଳ ସହ ଘାଇ ସ୍ଥଳକୁ ଯାଇ ସେଠାରେ ତୁରନ୍ତ ଘାଇ ନେଇ ହୋଇଥିବା କ୍ଷୟକ୍ଷତିର ଆକଳନ କରି ଚାଷୀ ଏବଂ ଲୋକ ମାନଙ୍କୁ କ୍ଷତିପୁରଣ ପ୍ରଦାନ ପାଇଁ ନିବେଦନ କରିଥିଲେ । ନବୀନ ପଟ୍ଟନାୟକ ସରକାର ସର୍ବଦା ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରୁଥିବାରୁ ଏ କ୍ଷେତ୍ରରେ ମଧ୍ୟ ସରକାର ଖୁବଶିଘ୍ର ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ ।

Related Posts

About The Author

Add Comment