ଯାଜପୁର ସଦର,୨୫ା୦୭(ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅନ୍ତର୍ଗତ ନଦୀନାଳ ଘେରି ରତଳାଙ୍ଗ ପଂଚାୟତରେ ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଭୂତକୋଠି ପାଲଟିଥିବା ଦେଖିବାକୁ ମିଳିଚି । ଏହି କାର୍ଯ୍ୟାଳୟ ଗୁଡ଼ିକ ଜବରଦଖଲ କରାଯାଇଥିବା ବେଳେ, ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯାଉନଥିବା ଜଣାଯାଇଚି । ଏହି ପଂଚାୟତଟି ନଦୀନାଳ ଘେରା ହୋଇଥିବା ବେଳେ, ଏହି ପଂଚାୟତରୁ ବରୀ ବ୍ଲକ୍କୁ ଯିବାକୁ ହେଲେ ନଦୀପାର ହୋଇଯିବାକୁ ପଡ଼େ । ପୋଲମୁଣ୍ଡରେ ଯାଇଥିବା ନଦୀବନ୍ଧ କଡ଼ରେ ରହିଚି ଯାଜପୁର ଜଳସମ୍ପଦ ବିଭାଗର ଯାଜପୁର ଏବଂ ବିଞ୍ଝାରପୁର କନିଷ୍ଠଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହି କାର୍ଯ୍ୟାଳୟଟିକୁ ସତେ ଯେମିତି ଦେଖିଲେ ଭୂତକୋଠି ପାଲଟିଚି, ଯାହା ଫଳରେ ଦିର୍ଘ ୨୫ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି କାର୍ଯ୍ୟାଳୟଟି ଭୂତକୋଠି ପାଲଟିଚି । ଏହି କାର୍ଯ୍ୟାଳୟକୁ ବିଦ୍ୟୁତ କରଣ ହୋଇନଥିବା ବେଳେ, ଏଠାରେ ନଳକୂପ ଏବଂ କିମ୍ବା କୂଳ ନଥିବା ଏକ ଅସ୍ଥାୟୀ ନଳକୂପ କରାଯାଇଥିବା ବେଳେ, ପାଇଖାନାର ଅବସ୍ଥା କହିଲେ ନସରେ । ଏଠାରେ ନିର୍ବାହ ଯନ୍ତ୍ରୀ ଏବଂ ବିଭାଗିୟ ଯନ୍ତ୍ରୀ ଏବଂ ସରକାରୀ ଅଫିସରମାନେ ଆସୁଥିବେ ତାହା ବଡ଼ ବିଶ୍ମୟ ଏବଂ ବଡ଼ ଆଶ୍ଚର୍ଯ୍ୟ ଲାଗୁଚି । ଏଠାରେ ସୂଚନା ଯୋଗ୍ୟ ଯେ, ଏହି ରତଳାଙ୍ଗ ପଂଚାୟତରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ବନ୍ୟାଘେରରେ ରହିଥିବାରୁ ଅଧିକାଂଶ ଗ୍ରାମବାସୀ କୃଷି ଉପରେ ନିର୍ଭର କରନ୍ତି । ଏଠାରେ ଏକ ମହୁଚାଷ ବହୁ ପୁରାତନ ହୋଇଥିବା ବେଳେ, ଏଠାରେ ଏକ ଗ୍ରାମସେବକ କାର୍ଯ୍ୟାଳୟ ରହିଥିବା ଦଖିବାକୁ ମିଳିଚି । ଏହି ମହୁଚାଷ ଘରଟି ଆଜବେଷ୍ଟ ଘର ହୋଇଥିବା ମଧ୍ୟ ଦେଖିବାକୁ ମିିଳିଚି । ଗ୍ରାମସେବକ କାର୍ଯ୍ୟାଳୟଟି ଛାତ ପଡ଼ି ଏହି ଛାତପକା ଘରେ ଏକ ତେଜେରାତି ଦୋକାନ କରାଯାଇଚି । ଏଠାରେ ସୂଚନା ଯୋଗ୍ୟ ଯେ, ପାଖାପାଖି ୧୨ ରୁ ୧୪ ବର୍ଷ ହେବ ଏଠାରେ ଏକ ଗ୍ରାମ ସେବିକା ଘର ନିର୍ମାଣ ଘର କରାଯାଇଚି । ଗ୍ରାମସେବୀକାଙ୍କ କ୍ୱାଟରକୁ ଛାଡ଼ିଦେଲେ ବିଭିନ୍ନ ଜିନଷ ଏହି ପାଖ କୋଠରୀରେ ଦେଖିବାକୁ ମିଳିଚ । ଏହି ପଂଚାୟତଟି ବରୀ ବ୍ଲକର ନଦୀନାଳ ଘେରା ରତଳାଙ୍ଗଗ୍ରାମରେ ବିଭିନ୍ନ ଦେବାଦେବୀ ମନ୍ଦିର ଅବହେଳାରୁ ପଡ଼ି ରହିଚି । ଜିଲ୍ଲା ପ୍ରଶାସନ ଏବଂ ଯାଜପୁର ଜିଲ୍ଲାପାଳ ଦୃଷ୍ଟି ଦେବାପାଇଁ ସାଧାରଣରେ ଦାବି ହେଉଚି ।
ରତଳାଙ୍ଗ ପଂଚାୟତରେ କାମରେ ଆସୁନି ସରକାରୀ ଅଫିସ
|
July 25, 2021 |