ରାଉରକେଲା,୧୩/୦୬ (ସନ୍ଧାନ ନିଉଜ) : ଓଡ଼ିଶାର ଜନଜୀବନରେ ରଜ ଉତ୍ସବର ଏକ ବିଶେଷ ମହତ୍ୱ ରହିଥିବା ବେଳେ ଓଡ଼ିଶାର ପୁରପଲ୍ଲୀରେ ପାଳିତ ହେଉଥିବା ଏହି ପାରମ୍ପାରିକ ପର୍ବକୁ ସଭିଏଁ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି । କୃଷି କାର୍ଯ୍ୟ ସହ ଜଡ଼ିତ ଏହି ଗଣପର୍ବରେ ରଜ ଦୋଳି, ପୋଡ ପିଠା, ବିଭିନ୍ନ ଖେଳକୁଦ ସହିତ ବନ୍ଧୁ ବାନ୍ଧବଙ୍କ ଗହଳି ଚହଳିରେ ସମୟ କଟୁଥିବା ଏହି ପର୍ବଟିର ପୂର୍ବ ଆନନ୍ଦ ଉଲ୍ଲାସକୁ ଫିକା କରିବ କରୋନା । ଦୀର୍ଘଦିନର ତାଲାବନ୍ଦ କଟକଣା କୋହଳ ପରେ ଦୋକାନ ବଜାର ଖୋଲିବା ସହିତ ସାଧାରଣ ଜୀବନଯାତ୍ରା ଉପରୁ କିଛିଟା କଟକଣା ଉଠିବା ପରେ ରଜ ପର୍ବ ପାଳନକୁ ନେଇ ବ୍ୟବସାୟୀ ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ସାମାନ୍ୟ ଆଶା ଓ ଆଶ୍ୱସ୍ତିର ଭାବ ଦେଖିବାକୁ ମିଳିଥିଲ।।ମାତ୍ର ଏହି ରଜ ପର୍ବ ପୂର୍ବରୁ ସମଗ୍ର ସୁନ୍ଦରଗଡ଼ ଜିଲାରେ କରୋନାର ଭୁତାଣୁ ଯେଉଁ ରୂପରେ ସଂକ୍ରମିତ ହେବାରେ ଲାଗିଛି ତାହା ବର୍ତମାନ ଉଠାଇ ନିଆଯାଇଥିବା କଟକଣା ସମ୍ପର୍କରେ ପୁନର୍ବିଚାର କରିବା ପାଇଁ ପ୍ରଶାସନ ଏକ ପ୍ରକାର ବାଧ୍ୟ ହୋଇପାରେ ବୋଲି ଆଲୋଚିତ ହେଉଛି । ଯାହାକୁ ନେଇ ସାମାନ୍ୟ ଉଲସିତ ଜୀବନ ବିତାଉଥିବା ସାଧାରଣ ଜନତାଙ୍କ ମଧ୍ୟରେ ଏବେ ନୈରାଶ୍ୟର ଭାବ ଦେଖା ଦେଇଛି । ଅପରପକ୍ଷରେ ବହୁ ବୁଦ୍ଧିଜିବୀଙ୍କ ମତରେ ଗୋଟିଏ ବର୍ଷ ବରଂ ରଜ ମଉଜ ସହିତ ବର୍ଷ ବର୍ଷର ପରମ୍ପରା ବନ୍ଦ ହେଉ କିନ୍ତୁ ଏହି ମହାମାରୀ କରୋନାର କରାଳ ଛାୟା ଯେପରି କାହାକୁ କବଳିତ ନକରୁ ସେଥିପାଇଁ ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତା ପର୍ଯ୍ୟନ୍ତ ସମସ୍ତେ ସଚେତନ ଓ ଶୃଖଂଳିତ ରହିବା ଅତ୍ୟନ୍ତ ଜରୁରୀ ହୋଇପଡିଛି ।କରୋନା ଲାଗି ଏଥର ଫିକା ପଡ଼ିପାରେ ରଜ, ନାଁ ହେବ ଦୋଳି ଖେଳ ନାଁ ଜମିବ ରଜ ଖଟି । କରୋନା ଲାଗି ଏଥର ଜନଗହଳିପୂର୍ଣ୍ଣ ସ୍ଥାନରେ ଦୋଳି ଖେଳର ଆୟୋଜନ କରାଯିବନି, କି ଭଲ ସିନେମା ରିଲିଜ ହେବନି । ସେହିପରି ପାର୍କ, ସପିଙ୍ଗ ମଲ, ମଣ୍ଡପ, ପର୍ଯ୍ୟଟନ ସ୍ଥଳୀ ସବୁ କିଛି ବନ୍ଦ ରହିବାକୁ ସରକାରୀସ୍ତରରେ ନିଷ୍ପତି ହୋଇଛି । ହେଲେ ଏସବୁ କଟକଣା ସତ୍ୱେ, ସରକାରଙ୍କ ସମସ୍ତ ନିୟମ ଓ ପରାମର୍ଶ ମାନି ଓଡ଼ିଆଙ୍କ ଏହି ଗଣପର୍ବକୁ କିଭଳି ପାଳନ କରିହେବ ଏବଂ ରଜ ପାନ ,ପିଠା ଓ ମିଠାର ମଜା ନେଇ ହେବ, ସେଥିପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ଓଡ଼ିଆ ମାନେ ଏକାଠି ହୋଇଛନ୍ତି । ଘରେ ରହି ସୁରକ୍ଷିତ ରହି ରଜ ପର୍ବକୁ ପାଳନ କରିବାକୁ ସୋସିଆଲ ମିଡ଼ିଆର ସାହାଯ୍ୟ ନେଇଛନ୍ତି ।
‘ରଜମଉଜ’ଉପରେ କରୋନା ମାଡ଼
|
June 13, 2020 |
![](https://sandhannews.com/wp-content/uploads/2020/06/RAJO.jpg)