ରଙ୍ଗିଲା ଛକ ପାଲଟିଛି ମରଣଯନ୍ତା

Spread the love

ରାଉରକେଲା, ୮/୧/୨୦ (ସନ୍ଧାନ ନିଉଜ) : ଦକ୍ଷିଣ ରାଉରକେଲା ବାସୀ ସାବଧାନ! ଟିକେ ଅନ୍ୟମନସ୍କ ହେଲେ ଜୀବନ ବି ଚାଲିଯାଇ ପାରେ।  ଦକ୍ଷିଣ ରାଉରକେଲାର ଏହି ଛକ ଏବେ ପଥିକ ଓ ଯାତ୍ରୀ ମାନଙ୍କ ପାଇଁ ମରଣ ଯନ୍ତା ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଉକ୍ତ ଛକଟି ଜାତୀୟ ରାଜପଥ -୧୪୩ ସହିତ ସଂଯୋଗ ହୋଇଛି । ପ୍ରତିଦିନ ସାରନଗରୀ, ଜଲଦା ଆଦି ଅଂଚଳରୁ ଲୋକମାନେ ନିଜର ଦୈନଦିନ କାର୍ଯ୍ୟରେ ରାଉରକେଲାର ବିଭିନ୍ନ ଅଂଚଳକୁ ଯାତାୟତ କରିଥାନ୍ତି ।ଏହି ଛକ ଦେଇ ବହୁ ଭାରୀଯାନ ଯେପରି, ଡମ୍ପର, ଟ୍ରଲର ଆଦି ଚଳାଚଳ କରିଥାଏ । ଏସବୁକୁ ନିୟବଣ କରିବାଲାଗି କୌଣସି ଟ୍ରାଫିକ ପୁଲିସ ଅବା ହୋମଗାର୍ଡକୁ ରଙ୍ଗିଲା ଛକରେ ମୁତୟନ କରାଯାଇ ନାହିଁ । ଏହି କାରଣରୁ ଏହି ଛକ ଦେଇ ଅତିକ୍ରମ କଲାବେଳେ ମନରେ ଛନକା ପଶି ଯାଏ । ଗତ ବର୍ଷ ଏହି ଛକରେ ଦୁର୍ଘଟଣା ଘଟି ବହୁ ମୁଣ୍ଡ ଗଡିବାର ମଧ୍ୟ ନଜିର ରହିଛି । ପ୍ରତିଦିନ ଛୋଟବଡ ଦୁର୍ଘଟଣା ମଧ୍ୟ ଘଟୁଥିବା ଦେଖିବାକୁ ମିଳିଛି । ରଙ୍ଗିଲା ଛକ ଠାରୁ କିଛି ଦୂରରେ ଜଲଦା ଷ୍ଟେଟ ବ୍ୟାଙ୍କ ଓ ଏକ ପେଟ୍ରୋଲ ପମ୍ପ ରହିଛି । ଫଳରେ ବ୍ୟାଙ୍କ ତଥା ପେଟ୍ରୋଲ ପମ୍ପକୁ ବହୁ ଲୋକ ଏହି ଛକ ଦେଇ ଆରପଟକୁ ଯିବା ଆସିବା କରିଥାନ୍ତି । ସେହପିରି ଜଲଦା ନିକଟରେ ପ୍ରୀୟଦର୍ଶନୀ ଓଦେଓଗାଁରେ ଗାନ୍ଧି ମହାବିଦ୍ୟାଳକୁ ସାଇକେଲରେ ବହୁ ଛାତ୍ରଛାତ୍ରୀ ଏହି ଛକ ଅତିକ୍ରମ କରି ଯାଇଥାନ୍ତି । ଅପରପକ୍ଷରେ
ଡମ୍ପର ଗୁଡିକ ନାବାଳକ ମାନଙ୍କ ଦ୍ୱାରା ଚଳାଯାଉଥିବାରୁ ଏହା ସୁନି୧⁄୨ିତ ବିପଦକୁ ଆମବଣ ଦେଉଛି କହିଲେଅତ୍ୟୁକ୍ତି ହେବ ନାହିଁ । ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଦୃଢ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି

Related Posts

About The Author

Add Comment