କଟକ (ସନ୍ଧାନ ନିୟୁଜ): ରକ୍ତଦାନ ଜୀବନ ଦାନ ଯାହାର ବିକଳ୍ପ ନାହିଁ । ଏହି ମହା ଅଭିଯାନର ଲକ୍ଷ୍ୟରେ ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରି ଟେବୁଲ୍ ଟ୍ରଷ୍ଟ – ଓଡ଼ିଶା” (ବିସିଟି)ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଆୟୋଜନ,ରକ୍ତଦାନ ଉପରେ ଜନ ସଚେତନତା,ସ୍ଵାସ୍ଥ୍ୟ ସେବା ଶିବିର,ଆଲୋଚନା ଚକ୍ର,କର୍କଟ ରୋଗ ଉପରେ ସଚେତନତା କରାଯାଉଛି । ଟ୍ରଷ୍ଟ ପ୍ରତିଷ୍ଠାତା ବିଶିଷ୍ଟ ରକ୍ତଦାତା ଇଂ.ବିମଳ ଚଂଦ୍ର ଦାସ ଓ ସମସ୍ତ କାର୍ଯ୍ୟକର୍ତ୍ତା ଚିକିତ୍ସାଳୟକୁ ସଫା କରିବା ସହ ରୋଗୀ ସେବା,ଜରୁରୀ କାଳୀନ ପରିସ୍ଥିତିରେ ବିଭିନ୍ନ ରୋଗୀଙ୍କୁ ରାଜ୍ୟର ବହୁ ସ୍ଥାନରେ ରକ୍ତ ଯୋଗାଇବା,ଆଦି ସେବାକାର୍ଯ୍ୟରେ ବ୍ରତୀ । ଟ୍ରଷ୍ଟର ଏପରି ମହତ୍ ଜନ ହିତକର କାର୍ଯ୍ୟକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି
ରକ୍ତଦାନ ସେବାରେ ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ -ଓଡ଼ିଶା (ବିସିଟି)
|
August 26, 2023 |
