କଟକ, ୨୫/୦୬/୨୦୨୧ (ସନ୍ଧାନ ନିଉଜ) – ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ “ବିଷ୍ଣୁପ୍ରିୟା ଚାରିଟେବୁଲ ଟ୍ରଷ୍ଟ,ଓଡ଼ିଶା(ବିସିଟି) ଓ ଆଚ୍ଛା ସଂଗଠନ ପକ୍ଷରୁ ଅନଲାଇନ ଆଲୋଚନା ଚକ୍ର ଟ୍ରଷ୍ଟର ସଂଗଠନ ସମ୍ପାଦକ ରକ୍ତଦାତା ସୁରଜ ବେହେରାଙ୍କ ଅଧକ୍ଷତାରେ କଟକ ଜିଲ୍ଲା ତଥା ବିଭିନ୍ନ ଶାଖାର ସଦସ୍ୟ ମାନଙ୍କୁ ନେଇ ଅନୁଷ୍ଠିତ ହୋଇ କରୋନା ମହାମାରୀ ଦିତୀୟ ଲହରୀ ସମୟରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ରକ୍ତଦାନ ସେଵା,ବିଶୋଧନ କାର୍ଯ୍ୟକ୍ରମ,କରୋନା ସଚେତନତା, ବୃକ୍ଷରୋପଣ,ନୋଜ ମାସ୍କ ଓ ସାନିଟାଇଜର ବଣ୍ଟନ ଆଦି ସମସ୍ତ ସେବାକୁ ଆହୁରି ତ୍ୱରାନ୍ୱିତ କରାଯିବକୁ ନିଷ୍ପତ୍ତି ନିଆଯାଇଛି । ଏହି ମହତ ଚିନ୍ତା ଚେତନାକୁ ପାଥେୟକରି ଅନୁଷ୍ଠିତ ହୋଇଥିବା ବୈଠକରେ ଆଚ୍ଛା ସଂଗଠନର ଉପସଭାପତି ସୋନାଲି ପ୍ରିୟଦର୍ଶିନୀ,ସମ୍ପାଦକ ଶ୍ରୀକାନ୍ତ ମିଶ୍ର,ଯୁବ ପ୍ରବକ୍ତା ରାଜେଶ ମହାନ୍ତି,ଟ୍ରଷ୍ଟର ସମ୍ପାଦକ ପ୍ରିନ୍ସ ନନ୍ଦ,ସହସମ୍ପାଦକ ଇଂ.ଅଭିଳାଷ ଦାସ,ବାଙ୍ଗାଲୋର ଶାଖା ସଂଯୋଜକ କବି ଅମୀୟ ପରିଡା,କଟକ ସଂଯୋଜକ ବସନ୍ତ ଭାସୁ,ପିପିଲି ସଂଯୋଜକ ହେମନ୍ତ ଦାସ,ଭୁବନେଶ୍ୱର ସଂଯୋଜକ ଅଶୋକ କୁମାର ସେଠୀ,ସମ୍ବଲପୁର ସଂଯୋଜକ ଶିବ ପ୍ରସାଦ ସାମଲ ଆଦି କର୍ମକର୍ତ୍ତା ଭାଗନେବା ସହ ସେଵା କାର୍ଯ୍ୟକ୍ରମକୁ ସଫଳ ରୂପାୟନ ଦେବାକୁ ସ୍ଥିର କରାଯାଇଛି । ଏହି ପରିପ୍ରେକ୍ଷୀରେ ସାଂକୃତିକ ସମ୍ପାଦକ ଶିବ ପ୍ରସାଦ ଦାସ,ବିସିଟିର ପୂର୍ବତନ ସଭାପତି ଇଂ.ବିମଳ ଚନ୍ଦ୍ର ପ୍ରମୁଖ ଗଣମାଧ୍ୟମ,ଗଣମାଧ୍ୟମ ପ୍ରତିନିଧି,ସ୍ୱାସ୍ଥ୍ୟକର୍ମୀ,ପ୍ରଶା ସନ ଏବଂ ସମସ୍ତ ବର୍ଗର କରୋନାଯୋଦ୍ଧା ସମାଜର ଏହି ଦୁର୍ଦିନରେ ଅକୁଣ୍ଠ ସହଯୋଗ,କର୍ମପନ୍ଥା,ବିଚାରଧାରା ଆମ ପାଇଁ ଉଦାହରଣୀୟ ଓ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଛନ୍ତି ।
ରକ୍ତଦାନ ମହାସେବାର ବିକଳ୍ପ ନାହିଁ – ବିଶିଷ୍ଟ ରକ୍ତଦାତା ଇଂ.ବିମଳ ଚନ୍ଦ୍ର ଦାସ
|
June 25, 2021 |