ଢେଙ୍କାନାଳ :୨୫/୦୮/(ସନ୍ଧାନ ନିୟୁଜ) ଢେ଼ଙ୍କାନାଳ ବିଶ୍ଵପ୍ରସିଦ୍ଧ ମହିମାଧର୍ମର ପବିତ୍ର ମହିମାଗାଦି ଯୋରନ୍ଦାରେ ସୋମବାର ଦିନ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଯାଛି । ପ୍ରତିବର୍ଷ ଭଳି ଚଳିତ ଭାଦ୍ରବ ଶୁକ୍ଳ ଦ୍ଵିତୀୟା ତିଥି ବ୍ରାହ୍ମ ମୂହୁତରେ ପ୍ରଭୁ ଶୁନ୍ୟବ୍ରହ୍ମ ମହିମା ଗୋସେଇଁଙ୍କ ଠାରେ ନବାନ୍ନ ପ୍ରସାଦ ପ୍ରସାଦ ଲାଗି ହୋଇଥାଏ ।ନୂତନ ଧାନଶସ୍ୟରୁ ପ୍ରସ୍ତୁତ ଚୁଡ଼ାରେ ଗୁଡ଼,କଦଳୀ,ସେଓ,ନଡ଼ିଆ,ଅଙ୍ଗୁର ଆଦି ସୁସ୍ବାଦୁଫଳ,ଛେନା,ବୁନ୍ଦିଆ,ଗୁଜୁରାତି,ଅଳେଇଚ,ଅଦା,ଲବଙ୍ଗ ମିଶାଯାଇ ୭ଟି ନୂଆ ମାଟିହାଣ୍ଡିରେ ୭ ମୂର୍ତ୍ତି ତ୍ୟାଗୀନବାନ୍ନ ପ୍ରଭୁ ମହିମାସ୍ଵାମୀଙ୍କୁ ଅର୍ପଣ କରାଯାଇଛି । ମହିମା ସ୍ବାମୀଙ୍କ ନବାନ୍ନ ପାଇଁ ଯାଜପୁର ଓ କଟକ ଜିଲ୍ଲାର ବିଭିନ୍ନ ଗ୍ରାମରୁ ଏହି ନୂଆଚୁଡା ଯୋଗାଇ ଆସୁଛନ୍ତି । ଏହି ନବାନ୍ନ ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ହଜାର ହଜାର ସଂଖ୍ୟାର ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନଙ୍କ ଆଗମନ ହୋଇଛି । ସମସ୍ତେ ଏକତ୍ରିତ ହୋଇ ନିବାନ୍ନ ଭକ୍ଷଣ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଯୋରନ୍ଦା ମହିମା ଗାଦିରେ ନବାନ୍ନ ପର୍ବ ପାଳିତ,ରାଜ୍ୟ ତଥା ରାଜ୍ୟ ବାହାରୁ ସାଧୁସନ୍ଥଙ୍କ ଯୋଗଦାନ ।
|
August 25, 2025 |



