ଯୋଡାର ଯୁବ ଲେଖକଙ୍କୁ ମିଳିଲା ପୁରୀରେ ସମ୍ମାନ

Spread the love
ଯୋଡା,୧୧/୧(ପିଏନଏସ)କେନ୍ଦୁଝର ଜିଲ୍ଲା ଯୋଡ଼ା ଅଞ୍ଚଳର ଯୁବ ଲେଖକ ପୀୟୂଷ ପ୍ରତୀକ ମହାନ୍ତି ମଙ୍ଗଳବାର ଦିନ ପୁରୀ ସହରରେ ଆୟୋଜିତ ଶ୍ରୀ କ୍ଷେତ୍ର ପୁସ୍ତକ ମେଳାରେ ସମ୍ବର୍ଦ୍ଧିତ ହୋଇଛନ୍ତି ।ଏହି ଅବସରରେ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ,ପୂର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ,ବରିଷ୍ଠ ସାହିତ୍ୟିକ କୈଳାସ ଚନ୍ଦ୍ର ଟିକ।ୟତରାୟ,ଶିକ୍ଷ୍ୟା ବିତ୍ ପଦ୍ମ ନାଭ ତ୍ରିପାଠୀ,ସାହିତ୍ୟିକ ବଦ୍ରି ମିଶ୍ର,କବି ତାରା ପ୍ରସାଦ ଶତପ ଥୀ,ଆର୍ତ୍ତତ୍ରାଣ ସାହୁ,ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ ର ପର୍ଶୁରାମ ବେହେରା, ସ୍ୱାବଲମ୍ବନ ର ପ୍ରକାଶକ ରଶ୍ମି ମୟି ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଥିଲେ ।ଏହି ପରିପ୍ରେକ୍ଷୀରେ ଯୋଡ଼ା ର ଯୁବ ଇଂରାଜୀ ଲେଖକ ପୀୟୂଷ ପ୍ରତୀକ ମହାନ୍ତି ଙ୍କୁ ଇଂରାଜୀ ସାହିତ୍ୟ,ଉପନ୍ୟାସ,କବିତା,ପ୍ରଭୃତି ଲେଖନୀ ପାଇଁ ସମ୍ମାନିତ କରାଯାଇଥିଲା ।ତାଙ୍କ ଦ୍ଵାରା ଲିଖିତ ଓଡେଶି ଅଫ ମିସ ଅ।ପ୍ରିହେନସନ୍,ଇଂରାଜୀ କବିତା କସ୍ ମସ ଅଫ ୟୁଟୋପିଆ ବହୁ ଆଦୃତ ହେବାରୁ ତାଙ୍କୁ ସମ୍ବର୍ଦ୍ଧିତ କର।ଯାଇଥିଲା ।ଏଥି ପୂର୍ବରୁ ଲେଖକ ପୀୟୂଷ ରାଇଟର ଇଙ୍କ ଆୱାର୍ଡ଼,ସାହିତ୍ୟ ରତ୍ନ ଆୱାର୍ଡ଼,ଈଙ୍କ କୁଇଲ ହୋଲ୍ଡର ଆୱାର୍ଡ଼,ଅ।ଟେନାର ଆୱାର୍ଡ଼,ପ୍ରଭୃତି ସମ୍ମାନରେ ସମ୍ମାନିତ ହୋଇଛନ୍ତି ।ଶ୍ରୀ କ୍ଷେତ୍ର ପୁସ୍ତକ ମେଳା ରେ ଏହି ସମ୍ମାନ ପାଇବା ପରେ ତାଙ୍କ ପାଖକୁ ଉପାନ୍ତ ଅଂଚଳରେ ଥିବା ସାହିତ୍ୟ ପ୍ରେମୀ ତଥା ପୁସ୍ତକ ପ୍ରେମୀ ମାନଙ୍କ ଶୁଭେଚ୍ଛା ଛୁଟିଛି ।ତାଙ୍କ ପ୍ରତିକ୍ରିୟାରେ ପୀୟୂଷ କହିଛନ୍ତି ଯେ, କରନା ର ଲକ୍ ଡାଉନ୍ ତାଙ୍କ ପାଇଁ ଲେଖିବାର ସୁଯୋଗ ସୃଷ୍ଟି କରିଥିଲା ।ପରେ ଲେଖନୀ ପ୍ରତି ତାଙ୍କର ରୁଚି ବଢ଼ି ଥିଲା ।ସେ ବର୍ତ୍ତମାନ ଏସ ଭି ନିର୍ତାର ର ଚତୁର୍ଥ ବର୍ଷ ର ଛାତ୍ର ।

Related Posts

About The Author

Add Comment